OnaKhabar

ନବବିବାହିତାଙ୍କ ଆତ୍ମହତ୍ୟା, ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

202

ବଳଙ୍ଗା: ବଳଙ୍ଗା ଥାନା ଅନ୍ତର୍ଗତ ତେରହଳ ପାଟଣା ଗ୍ରାମରେ ଆଜି ଜଣେ ନବବଧୂକୁ ତାଙ୍କର ଶାଶୁ ଘର ଲୋକେ ମାଡଦେଇ ମାରିଦେଇଥିବା ଝିଅର ବାପା ବଳଙ୍ଗାଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେରହଳ ପାଟଣା ଗ୍ରାମର ବଳରାମ ନାୟକ ଗତ ୬ବର୍ଷ ତଳେ ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଉଆସ ପାଟଣା ଗ୍ରାମର ବନମାଳୀ ନାୟକଙ୍କ ଝିଅ ମମତା ନାୟକଙ୍କୁ ବିବାହ କରିଥିଲେ । ବିବାହ ବେଳେ ଆବଶ୍ୟକ ଯାନି ଯୌତୁକ ଦିଆଯାଇଥିଲେ ମଧ୍ୟ ଅଧିକ ଯୈତୁକ ଦାବି କରି ମମତାର ସ୍ୱାମୀ ,ଶାଶୁ,ଶଶ୍ର ପ୍ରଭୃତି ତାକୁ ଶାରିରୀକ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତକାଲି ରାତିରେ ଶାଶୁଘର ଲୋକ ଯୌତୁକ ପାଇଁ ମମତାକୁ ବାଡେଇ ମାରିଦେବା ପରେ ଆଜି ପିପିିଲି ଡାକ୍ତରଖାନାକୁ ନେଇ ଝିଅର ଦେହ ଖରାପ ଅଛି ବୋଲି କହି ବନମାଳୀକୁ ତୁରନ୍ତ ଆସିବା ପାଇଁ ଫୋନ କରିଥିଲେ । ବନମାଳୀ ଆସି ପିପିଲି ଡାକ୍ତରଖାନାରେ ପଂହଚି ଝିଅ ମରିପଡିଥିବାର ଦେଖିଥିଲେ । ତାର ଗାଲ ଏବଂ ପିଠିରେ ମାଡଦାଗ ଥିବା ବନମାଳୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଯାହା ଫଳରେ ପୁଲିସ ମମତାର ସ୍ୱାମୀ ବଳରାମକୁ ଧରିଆଣି ଥାନାରେ ଅଟକ ରଖିଛି । ତେବେ ପାରିବାରିକ ଅଶାନ୍ତିକୁ କେନ୍ଦ୍ର କରି ଆଜି ସକାଳେ ମମତା ନିଜ ଶୋଇବା ଘର ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ ଓ ପଡୋଶୀମାନେ ପୁଲିସ ନିକଟରେ ପ୍ରକାଶ କରିଛନ୍ତି । ବଳଙ୍ଗା ପୁଲିସ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇ ତଦନ୍ତ ଜାରି ରଖିଛି ।

Comments are closed.