OnaKhabar

ଆଇଏଏସ ଅଫିସର କେ ଗୋପୀନାଥନଙ୍କ ଇସ୍ତଫା

226

ନୂଆଦିଲ୍ଲୀ : ଆଇଏଏସ ଅଫିସର କେ ଗୋପୀନାଥନ ଚାକିରିରୁ ଇସ୍ତଫା ଦେଇଛନ୍ତି । ୨୦୧୮ ମସିହାରେ କେରଳ ବନ୍ୟା ସମୟରେ ତାଙ୍କର ଦକ୍ଷତା ଓ ସେବା କାର୍ଯ୍ୟ ପାଇଁ ସେ ବେଶ ପ୍ରଶଂସିତ ହୋଇଥିଲେ । ସେତେବେଳେ ସେ କେରଳର ଦାଦ୍ରା ଏବଂ ନଗର ହାବେଳିରେ ଜିଲ୍ଲାପାଳ ଥିଲେ । ଗୋପୀନାଥନ କେରଳରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । କିନ୍ତୁ ବଡ଼ କଥା ହେଲା ସେ ଜିଲ୍ଲାପାଳ ବୋଲି କାହାକୁ ପରିଚୟ ଦେଇ ନ ଥିଲେ । ଆଉ ଜଣେ ଅଫିସର ତାଙ୍କୁ ଚିହ୍ନିବାରୁ ତାଙ୍କର ପରିଚୟ ମିଳିଥିଲା । କିନ୍ତୁ ସେ ବର୍ଷକ ତଳେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି । ଭାରତୀୟ ପ୍ରଶାସନିକ ସେବାରୁ ସେ ଇସ୍ତଫା ଦେବାକୁ ଚାହୁଁଛନ୍ତି । ସେ ଚିଠିରେ ଦର୍ଶାଇଛନ୍ତି ଯେ, ଲୋକଙ୍କ ସ୍ୱର ଉତ୍ତୋଳନ କରିବାର ପାଇଁ ସେ ଏହି ସେବାରେ ଯୋଗଦାନ କରିଥିଲେ । କିନ୍ତୁ ତାଙ୍କର ନିଜର ଯେଉଁଠି ସ୍ୱାଧୀନ ମତବ୍ୟକ୍ତ କରିବାର କିଛି ଅଧିକାର ନାହିଁ, ସେଠି ସେ ଅନ୍ୟମାନଙ୍କୁ କଣ କହିବେ । ତାଙ୍କର ଇସ୍ତଫା ପତ୍ର କାହା ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ଗୋପିନାଥନ କହିଛନ୍ତି । ଏପରି କି ଆଉ ସେ ପ୍ରଶାସନିକ ସେବାରେ ରହିବେ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Comments are closed.