OnaKhabar

ନଦୀକୁ ଯାଇଥିଲେ, ଭାସିଗଲେ

384

ହିଞ୍ଜିଳିକାଟୁ : ଖୁଦୁରୁକୁଣୀ ପୂଜା ପାଇଁ ନଦୀ ପାଣି ଆଣିବାକୁ ଯାଇ ଜଣେ ନାବାଳିକା ନିଖୋଜ ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗାଁରେ । ଆଉ ଦୁଇ ଜଣ ବାଳିକାଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଥିବାର ଖବର ମିଳିଛି ।

ସୂଚନା ମୁତାବକ, ଆଜି ରବିବାର ଖୁଦୁରୁକୁଣୀ ଓଷା ହୋଇଥିବାରୁ କାଞ୍ଜିଆମା ଗାଁର କିଛି ଝିଅ ଋଷିକୂଲ୍ୟା ନଦୀକୁ ପୂଜା କରିବାକୁ ଯାଇଥିଲେ । ଏହି ସମୟରେ ଅସାବଧାନତା ବଶତଃ ୩ ଜଣ ଝିଅ ନଦୀରେ ବୁଡ଼ି ଯାଇଥିଲେ । ସେଠାରେ ଥିବା ଅନ୍ୟ ଝିଅମାନେ ଗାଁ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣେ ନାବାଳିକା ନିଖୋଜ ହୋଇଯାଇଛି |ଅଗ୍ନିଶମ ବିଭାଗ ପକ୍ଷରୁ ନିଖୋଜ ଝିଅକୁ ଉଦ୍ଧାର କରିବାର ଉଦ୍ୟମ ଜାରି ରହିଛି ।

Comments are closed.