OnaKhabar

ଅରୁଣଙ୍କୁ ଅଶ୍ରୁଳ ବିଦାୟ

366

ନୂଆଦିଲ୍ଲୀ: ଆଜି ଦିନ ୩ଟା ୨୦ଟାରେ ପଂଚଭୂତରେ ଲୀନ ହୋଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ | ରାଷ୍ଟ୍ରୀୟ ସମ୍ମାନ ସହ ଜେଟଲୀଙ୍କ ପାର୍ଥିବ ଶରୀରର ଶେଷ କୃତ୍ୟ ସଂପନ୍ନ ହୋଇଛି । ଜଣେ ଭଲ ବକ୍ତା, ଆଇନଜୀବୀ, ରଣନୀତିକାର ଜେଟଲୀଙ୍କୁ ନିଗମବୋଧ ଘାଟରେ ଉପସ୍ଥିତ ନେତା-ଜନତା ଅଶ୍ରୁଳ ବିଦାୟ ଦେଇଛନ୍ତି । ଜେଟଲୀଙ୍କ ପାର୍ଥିବ ଶରୀରରେ ତାଙ୍କ ପୁଅ ରୋହନ ମୁଖାଗ୍ନି ଦେଇଛନ୍ତି। ବିଜେପି ଦଳୀୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ଅରୁଣଙ୍କ ପାର୍ଥୀବ ଶରୀରକୁ ନିଗମବୋଧ ଘାଟକୁ ନିଆଯାଇଥିଲା । ଗତକାଲି ଦିନ ପ୍ରାୟ ୧୨ଟା ୭ରେ ନୂଆଦିଲ୍ଲୀ ସ୍ଥିତ ଏମସରେ ଆରୂଣଙ୍କ ଦେହାନ୍ତ ହୋଇଥିଲା । ସେଠାରେ ସେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ । ତାଙ୍କ ମୃତ୍ୟୁ ଦେଶବାସୀଙ୍କ ଏକ ପ୍ରକାର ସ୍ୱବ୍ଧ କରିଦେଇଥିଲେ । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଦି ଶୋକ ପ୍ରକାଶ କରିଥିଲେ ।

ଏକ ସୁସଜ୍ଜିତ ଗାଡ଼ିରେ ଜେଟଲୀଙ୍କ ପାର୍ଥିବ ଶରୀର ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦଳର ବରିଷ୍ଠ ନେତା, କର୍ମକର୍ତ୍ତା, ପ୍ରଶଂସକ ତଥା ସାଧାରଣ ଜନତା ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଅନ୍ତିମ ସଂସ୍କାର ସମୟରେ ଅନେକ ଗୁଡ଼ିଏ ନେତା, ମନ୍ତ୍ରୀ, କର୍ମକର୍ତ୍ତା, ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାନୀ, ରାମ ବିଲାସ ପାସଓ୍ଵାନ, ଜେପି ନଡ୍ଡା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ବାବା ରାମଦେବ ମଧ୍ୟ ଉପସ୍ଥିତ ଥିଲେ।

Comments are closed.