OnaKhabar

ପାଇଖାନା ଘରକୁ କେନ୍ଦ୍ର କରି କଳହ : ବଡବାପା ଏବଂ ଦାଦାଙ୍କ ମାଡରେ ଝିଆରି ଓ ଜ୍ୱାଇଁ ଗୁରୁତର

599

ଟାଙ୍ଗୀ: ଟାଙ୍ଗୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ର ଗୋକୁଳ ପୁର ର ଉପର ସାହିରେ ଏକ ପାଇଖାନା ଘରକୁ କେନ୍ଦ୍ର କରି ବଡବାପା ,ଦାଦା ମାଡରେ ଗର୍ଭବତୀ ଝିଆରି ଓ ଜ୍ୱାଇଁ ଗୁରୁତର ହୋଇଥିବା ଘଟଣା ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶଯେ ଶରତ ଚନ୍ଦ୍ର ନାଥ ଙ୍କ ମଝିଆ ପୁଅ ହରିହର ନାଥ ଦିର୍ଘ ଦିନଧôର ପାରାଲିଲ୍ସ ରୋଗରେ ଆକ୍ରାନ୍ତ ହୋଇ ସେଜ ଶଜ୍ୟାରେ ପଡିରହିଥିବା ବେଳେ ତାଙ୍କର ବଡ ଭାଇ କୃଷ୍ଣ ଚନ୍ଦ୍ର ନାଥ ଓ ସାନ ଭାଇ ନରି ନାଥ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସମସ୍ତ ସମ୍ପତି ନିଜ ନାରେ କରିବା ପାଇଁ ଚକ୍ରାନ୍ତ କରୁଥିବା ବେଳେ ହରିହର ଙ୍କ ପରିବାର ସହିତ ବାରମ୍ବାର କଳିଝାଗଡା କରୁଥିଲେ ।ହେଲେ ହରିହର ରୋଗାଗ୍ରସ୍ତ ଥିବାରୁ ଏହାର କୌଣସି ପ୍ରତିବାଦ କରିପାରୁନଥିଲେ । ତାଙ୍କର ଏକ ମାତ୍ର ଝିଅ ଦିପ୍ତିମୟି ନାଥ ବିବାହ ପରେ ନିଜ ଶାଶୁ ଘରେ ନ ରହି ରୋଗିଣା ବାପାଙ୍କ ଯତ୍ନ ନେବା ପାଇଁ ନିଜ ଘରେ ରହି ଆସୁଥିଲେ ହେଲେ ଗତକାଲି ତାଙ୍କର ପାଇଖାନା ଘର ତିଆରି କାର୍ଯ୍ୟ ଚାଲୁରହିଥିବା ବେଳେ ଦିପ୍ତିମୟି ର ବଡବାପା ଓ ଦାଦା ଘର ଭିତରକୁ ପଶି ହରିହରକୁ ଗାଳିଗୁଲଜ କରୁଥିଲେ ।ଏନେଇ ଦିପ୍ତିମୟି ଓ ସୟନ୍ତ ପ୍ରତିବାଦ କରିବାରୁ ବଡବାପା ଦାଦା ଉକ୍ତତ ହୋଇ ଏକ ଠେଙ୍ଗାରେ ସୟକୁ ମୁଣ୍ଡ ଓ ଅଣ୍ଟାକୁ ବାଡେଇ ଭାଙ୍ଗିଦେଇଥିବା ସହ ଦିପ୍ତିମୟିକୁ ମଧ୍ୟ ବାଡେଇ ଥିବା ଜଣା ପଡିଛି । ଏହି ଘଟଣାରେ ଥାନାରେ ଏକ ଲିଖିତ ଅଭିଯୋଗ ହେବା ପରେ ଟାଙ୍ଗୀ ପୋଲିସ ପକ୍ଷରୁ କେଶ ନଂ ୧୭୧/୧୯ ମାମଲା ରୁଜୁକରି ତଦନ୍ତ ଆରମ୍ଭ ହୋଇଛି ।

Comments are closed.