OnaKhabar

ବିନିକା ରାସ୍ତାର ସରଧାପାଲି ଢାବାରେ ଡ଼୍ରାଇଭର ହତ୍ୟା ମାମଲାର ପର୍ଦାଫାସ

298

ସୋନପୁର : ସୋନପୁର ଜିଲ୍ଳା ସଦର ମହକୁମା ସୋନପୁର ସହର ରୁ ବିନକାକୁ ସଂଯୋଗ କରଥିବା ରାସ୍ତାର ସଦରଧାପାଲି ନିକଟରେ ଥିବା ଉମା ଢାବାରେ ଗତକାଲି ସଂଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି । ତେବେ ଟ୍ରକ ଡ଼୍ରାଇଭର ବିନିକା ଥାନାର ଜାମଛାପର ଗ୍ରାମର ଯଦୁମଣି ଭୁଏ(୩୦) ବୋଲି ଜଣାପଡ଼ିଛି । ଏନେଇ ଜାମଛାପର ଗ୍ରାମର ଯଦୁମଣି ଭୁଏଙ୍କ ବାପା ପୁରନ୍ଦର ଭୁଏ ଖବର ଦିଆଯାଇଥିଲା ଯେ, ତାଙ୍କ ପୁଅ ଯଦୁମଣି ଜିଲ୍ଳା ମୁଖ୍ୟଚିକିତ୍ସଳୟରେ ପଡ଼ିଛି ବୋଲି ଖବର ପାଇବା ପରେ ପୁରନ୍ଦର ତୁର
ପ୍ରଥମେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ତାଙ୍କ ପୁଅ ମୃତ ହୋଇଥିବା ଡ଼ାକ୍ତର ଘୋଷଣା କରିଥିବା ଖବର ପାଇବା ପରେ ଚିକିତ୍ସାଳୟରୁ ସୋନପୁରା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ପୁରନ୍ଦର ଭୋଏ ଦର୍ଶାଇଛନ୍ତି ଯେ, ମୋର ପୁଅ ଯଦୁମଣି ଭୁଏ ସୋନପୁର-ବିନିକା ମୁଖ୍ୟ ରାସ୍ତାର ସରଧାନାଲି ନିକଟରେଥିବା ଥିବା ଉମାଢାବାକୁ ଖାଇବାକୁ ଯାଇଥିଲା । ହେଲେ ମୋର ପୁଅକୁ ଢାବାରେ ସଂଘବଦ୍ଧ ହୋଇ ଆକ୍ରମଣ କରିବାରୁ ତାର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଥିଲେ । ତେବେ ଯଦୁମଣିଙ୍କ ବାପା ପୁରନ୍ଦରଙ୍କ ଅଭିଯୋଗକୁ ଭିତ୍ତି କରି ସୋନପୁର ଥାନାରେ କେସ୍ ୧୩୯ା୨୦୧୯ରେ ଦଫା ୩୦୨/୩୪ ଆଇପିସିରେ ଏକ ମାମଲା ରୁଜୁ କରିବା ସହିତ ସୋନପୁର ଆଇଆଇସି ଲୋକେଶ୍ୱର ସାହୁ ମାମଲାର ତଦନ୍ତ ଆରମ୍ଭ କରିଥିଲେ । ତେବେ ଉକ୍ତ ଦିନ ରାତିରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ହତ୍ୟାକଣ୍ଡ ସମ୍ପର୍କରେ ଉମାଢାବାରେ କାମ କରୁଥିବା ସୁଶାନ୍ତ ଗୁରୁଙ୍କୁ ପୋଲିସ ପଚରା ଉଚରା କରିବା ସହିତ ମାମଲାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛନ୍ତି । ତେବେ ହତ୍ୟାକାଣ୍ଡ ସାମାନ୍ୟ ପାଟିତୁଣ୍ଡକୁ ନେଇ ଘଟିଥିôବା ଜଣାପଡ଼ିଛି । \nକର୍ମଚାରୀମାନଙ୍କ ଅତ୍ୟତାଧିକ ଭାବେ ଅଶ୍ଳିଳ ଭାଷାରେ ଗାଲି ଗୁଲଜ କରିବା ସହିତ କିଛି କର୍ମଚାରୀଙ୍କୁ ତାରିଖ ସଂଧ୍ୟାରେ ମୃତକ ଢାବାକୁ ଖାଇବାକୁ ଯାଇଥିବା ବେଳେ ସେ ବିଭିନ୍ନ ଖାଦ୍ୟ ମାଗିଥିଲେ । ତେବେ ଢାବାରେ କାମ କରୁଥିବା ସୁଶାନ୍ତ ଗୁରୁ ଖାଦ୍ୟ ପ୍ରଦାନ କରିବାରେ କିଛି ସମୟ ବିଳମ୍ବ କରିବାରୁ ସେଥିରେ ରାଗିଯାଇ ମୃତକ ଯଦୁମଣି ସୁଶାନ୍ତକୁ ଅଶ୍ଳିଳ ଭାଷାରେ ଗାଲିଗୁଲଜ କରିବା ସହିତ ପ୍ରଥମେ ମାଡ଼ ମାରିଥିଲା । ଏଥିରେ ଉତ୍ୟକ୍ତ ହୋଇ ସୁଶାନ୍ତ ଗୁରୁ ହାତରେ ଧରିଥିବା ଏକ ଲହା ରଡ଼ରେ ଯଦୁମଣିଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ଯଦୁମଣିର ବାମପାଶ୍ୱର୍ କାଖ ତଳେ ଲୁହା ରଡ଼ ପଶିଯିବା ଯୋଗୁଁ ମୁଣ୍ଡରୁ ଓନ ନାକରୁ ମଧ୍ୟ ଛାତିରୁ ପ୍ରବଳ ରକ୍ତଶ୍ରବ ହୋଇଥିଲା । ତେବେ ତାକୁ ତୁରନ୍ତ ସୋନପୁର ଚିକିତ୍ସାଳୟକୁ ଅଣିଥିଲେ ହେଁ ଯଦୁମଣି ମରିଯାଇଥିବା ଚିକିତ୍ସାଳୟରେ ଛାଡ଼ି ପାଲାଇ ଯାଇଥିବା ସ୍ୱିକାର କରିଛି । ତେବେ ଆଜି ସଂଧ୍ୟା ୫ଟା ସମୟରେ ହତ୍ୟାକାଣ୍ଡ ପର୍ଦାଫାସ ସମ୍ପର୍କରେ ସୁବର୍ଣ୍ଣପୁର ଏସ.ପି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକଣ୍ଡ ସମ୍ପର୍କରେ ଏସ.ପି ଦେବୀପ୍ରସାଦ ଦାଶ ସୂଚନା ଦେଇଥିଲେ । ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ବ୍ୟବାହାର କରିଥିବା ଲୁହା ଛଡ଼ ଲୁଚାଇଥିବା ସ୍ଥାନରୁ ସାକ୍ଷିଙ୍କ ଉପସ୍ଥିତିରେ ପୋଲିସ ଜବତ କରିଛି । ଏହା ସହିତ ହତ୍ୟାକାଣ୍ଡର ଅନ୍ୟାନ୍ୟ ତଥ୍ୟ ମଧ୍ୟ ପୋଲିସ ପାଇଛି ବୋଲି ଏସ.ପି ଦାଶ ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ.ପି ରମେଶ ଚନ୍ଦ୍ର ପାଣିଗ୍ରାହୀ. ଆଇଆଇସି ଲୋକେଶ୍ୱର ସାହୁ ତଥା ତଦନ୍ତକାରୀ ଅଧିକାରୀ ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଏହା ପରେ ପରେ ଅଭିଯୁକ୍ତ ସୁଶାନ୍ତ ଗୁରୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ.ପି ଦାଶ ସୂଚନା ଦେଇଛନ୍ତି ।

Comments are closed.