OnaKhabar

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ୍‌ ନେଲା ଜୀବନ

717

ନିଆଳି: ରାଜ୍ୟରେ ଅପରାଧର ସୀମା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନିଆଳିର ଜଣେ ଡାକ୍ତରଙ୍କ ବେପରୁଆ ଭାବ ଏବେ ସାମ୍ନାକୁ ଆସିଛି |ଡାକ୍ତର ଜଣକ ଭୁଲ୍‌ ଇଞ୍ଜେକସନ୍‌ ଦେବା ଯୋଗୁ ନିଆଳିରେ ଜଣେ ୯ ବର୍ଷ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ କ୍ଲିନିକ୍‌ ବିରୋଧରେ ନାବାଳିକାର ସମ୍ପର୍କୀୟ ଏପରି ଅଭିଯୋଗ ଆଣିଛନ୍ତି । ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ଅଭିଯୋଗ ଅନୁସାରେ ନିଆଳି ନିକଟ ଗରଡ଼ା ଗାଁର ଜଣେ ନାବାଳିକାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଏକ କ୍ଲିନିକ୍‌କୁ ନେଇଥିଲେ। ସେଠାରେ ଡାକ୍ତର ନାବାଳିକା ଜଣଙ୍କୁ ଇଞ୍ଜେକସନ୍‌ ଦେବା ପରେ ଝିଅଟିର ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା।
ନାବାଳିକାକୁ ନିଆଳି ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଜଣାପଡ଼ିବା ପରେ ଉତ୍ତ୍ୟକ୍ତ ଲୋକେ ଉକ୍ତ କ୍ଲିନିକରେ ଭଙ୍ଗାରୁଜା କରିଛନ୍ତି।