OnaKhabar

ଆକ୍ସନ ମୁଡରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ

2,367

ଭୁବନେଶ୍ୱର : ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଏବେ ଆକ୍ସନ ମୁଡରେ । ଦୟିତ୍ୱ ନେବା ଦିନ ‘ରକେଟ’ ବେଗରେ ଫାଇଲ ଗଲେ ଯାଇ ରାଜ୍ୟର ବିକାଶ ସମ୍ଭବ ବୋଲି କହିଥିଲେ । ଏହାକୁ ବିରୋଧୀ ଭିନ୍ନ ଢ଼ଙ୍ଗରେ ନେଇ ସମାଲୋଚନା କରୁଛନ୍ତି । ବାସ୍ତବିକ ସରକାରୀ ଫାଇଲ ଯେଉଁଭଳି ଭାବରେ ଗତିକରେ ସେହି ହିସାବରେ ଚାଲିଲେ କେବେ ହେଲେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରଶାସନିକ କ୍ଷେତ୍ରରେ ସଂସ୍କାର ପାଇଁ ଓ ସରକାରକୁ ଲୋକାଭିମୁଖୀ କରିବା ପାଇଁ ୫-ଟିର ସୂତ୍ର ଆରମ୍ଭ କରିଛନ୍ତି ତାହା ସଫଳ ହେବନାହିଁ । ସବୁଦିଗକୁ ଦୃଷ୍ଟିରେ ରଖି ଶ୍ରୀ ତ୍ରିପାଠୀ ଫାଇଲ ଦୃତ ବେଗରେ ନ ଗଲେ ଲୋକେ ନ୍ୟାୟ ପାଇବେ ନାହିଁ କି ବିକାଶ ହୋଇପାରିବ ନାହିଁ । ଏଣୁ ତାଙ୍କ ନିଜ କଥା ରଖିବା ପାଇଁ ସେ ଏବେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ବୋଲି ଆଲୋଚନା ହେଉଛି । ଏବେ ପୌରାଂଚଳ ଲାଗି ଯେଉଁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି ତାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିଜେ ସମୀକ୍ଷା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ଏଥିରେ କୁହାଯାଉଛି ରାଜ୍ୟ ସରକାର ଜନସାଧାରଣଙ୍କୁ ଯୋଗାଉଥିବା ସମସ୍ତ ସେବା ଆସନ୍ତା ୨୦୨୦ ଅଗଷ୍ଟ ୧୫ ସୁଦ୍ଧା ଅନଲାଇନରେ ଉପଲବ୍ଧ ହେବ । ସାଧାରଣ ଲୋକ ନିକଟସ୍ଥ ଜନସେବା କେନ୍ଦ୍ରରେ ସମସ୍ତ ସୁବିଧା ପାଇପାରିବେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ‘୫-ଟି’କୁ ତ୍ୱରିତ କରିବାକୁ ଅଂଟା ଭିଡ଼ିଛନ୍ତି । ନୂଆ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ନେବା ପରେ ଅସି ତ୍ରିପାଠୀ ‘୫-ଟି’କୁ ଗୁରୁତ୍ୱର ନେଇ କାମ ଆରମ୍ଭ କରିଛନ୍ତି । ରାଜ୍ୟର ପୌରାଂଚଗୁଡ଼ିକରେ ଜନସାଧାରଣଙ୍କୁ ତ୍ୱରିତ ସେବା ଦେବାକୁ ପ୍ରତି ୱାର୍ଡରେ ୱାର୍ଡ ଅଧିକାରୀ ନିଯୁକ୍ତି ପାଇବେ । ଏ ଅଧିକାରୀମାନେ ସ୍ୱତନ୍ତ୍ର ଟିମ ଗଠନ କରି ଆସନ୍ତା ସେପ୍ଟେମ୍ବର ପହିଲାରୁ ଲୋକଙ୍କ ସମସ୍ୟାର ସମାଧାନ କରିବେ ବୋଲି ନିଷ୍ପତ୍ତି ହୋଇଛି । ଏହି ମର୍ମରେ ନଗର ଉନ୍ନୟନ ବିଭାଗ ସମସ୍ତ ପୌର କତୃପକ୍ଷଙ୍କୁ ଚିଠି ଲେଖିଛି । ସେହିଭଳି ଏଣିକି ସବୁ ସରକାରୀ ନଥିପତ୍ର ଓଡ଼ିଆରେ ହେବ ।
ନଗର ଉନ୍ନୟନ ବିଭାଗର ନିଷ୍ପତ୍ତି ଅନୁସାରେ ୱାର୍ଡ ଅଫିସରମାନେ ପ୍ରତିଦିନ ନିର୍ଦ୍ଦିଷ୍ଟ ୱାର୍ଡରେ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ୱାର୍ଡ ଅଫିସରେ ଲୋକଙ୍କ ସମସ୍ୟା ଶୁଣିବେ । ଲୋକଙ୍କ ଆପତ୍ତି ଅଭିଯୋଗ ଆଧାରରେ କିଭଳି ତୁରନ୍ତ ସମାଦାନ ହେବ ବାଟ କାଢ଼ିବେ । ପାନୀୟ ଜଳ ଯୋଗାଣ, ବିଜୁଳି ସେବା, ଷ୍ଟ୍ରିଟ ଲାଇଟରୁ ଆରମ୍ଭ କରି ଅନ୍ୟ ଜରୁରୀ ସେବାରେ ତ୍ରୁଟି ବିଚ୍ୟୁତ ଦୂରେଇବାକୁ ୱାର୍ଡ ଅଫିସରମାନେ କମିଟି ଗଢ଼ି ତ୍ୱରିତ ପଦକ୍ଷେପ ନେବେ । \nକଳାକାରଙ୍କ କଳା ଆବେଦନ, ଭତା ବଂଟନ ଓ କଳାକାରଙ୍କ ଏକ ତାଲିକା ଜନସାଧାରଣଙ୍କ ଅବଗତି ପାଇଁ ପ୍ରସ୍ତୁତ କରାଯାଇ ୱେବସାଇରେ ରଖାଯିବ । କଳାକର ସହାୟତା ଯୋଜନା, ବିଭିନ୍ନ ସାଂସ୍କୃତିକ ସଂସ୍ଥାକୁ ଅନୁଦାନ ପ୍ରଦାନ, ରାଜ୍ୟସ୍ତରୀୟ ଲୋକକଳା ଦିବସ ପାଳନ, ସଂସ୍କୃତି ବିଭାଗ ଦ୍ୱାରା ପରିିଚାଳିତ ତିନୋଟି ମଣ୍ଡପକୁ ଭଡ଼ା ସୂତ୍ରରେ ପ୍ରଦାନ ଆଦି କାର୍ଯ୍ୟ ଅନଲାଇନ ମାଧ୍ୟମରେ କରାଯିବ ।

Comments are closed.