OnaKhabar

ବଜ୍ରାଘାତ ନେଲା ୪ଜୀବନ

407

କଟକ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ଘନିଭୂତ ହେଉଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ବଜ୍ରପାତ ମଧ୍ୟ ହେଉଛି । ଫଳରେ ସାଲେପୁରରେ ଘଟିଛି ଏକ ଅଭାବନୀୟ ଘଟଣା | ବିଲରେ ଚାଷ କରୁଥିବା ସମୟରେ କଟକ ସାଲେପୁରର ୪ଜଣଙ୍କର ବଜ୍ରଘାତରେ ମୃତ୍ୟୁ ଘଟିଛି ।

ସାଲେପୁର ଓ ମହାକାଳପଡା ଅଞ୍ଚଳରେ ବଜ୍ରପାତ ହୋଇଛି । ଫଳରେ ୪ଜଣ ମୃତ୍ୟୁବରଣ କରିଛନ୍ତି । ଜଣେ ମୃତକ ହେଉଛନ୍ତି ସାଲେପୁର ଲଖନପୁର ଗାଁର ରଞ୍ଜନ ବେହେରା । ସେହିପରି କେବଳ ମାହାଙ୍ଗା ଅଞ୍ଚଳରେ ବଜ୍ରପାତରେ ୩ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଉଛନ୍ତି ମାହାଙ୍ଗାଭେଡା, ଲଖନପୁର ଓ ଲଳିତଗିରି ଅଞ୍ଚଳର । ସେହି ସମୟରେ ଆସନ୍ତା ୨୪ ଗଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed.