OnaKhabar

ଡାକ୍ତରଖାନାରେ କଏଦୀ ଫେରାର ଘଟଣା : ୨ କର୍ମଚାରୀ ନିଲମ୍ବିତ

126

ବରଗଡ଼: ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣେ ବିଚରାଧୀନ କଏଦୀ ଫେରାର ହେବା ଘଟଣାରେ ଦୁଇ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ କର୍ମଚାରୀ ବରଗଡ଼ ସବଜେଲରେ କାର୍ଯ୍ୟରତ ରମେଶ ହରି ଏବଂ କିରଣ ଯୋଷୀ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଜୁନମାସରେ ଜର୍ମୁଡାରେ ହୋଇଥିବା ଗୁଳିକାଣ୍ଡ ଏବଂ ବରପାଲି ମହଦା ସରପଂଚଙ୍କୁ ବନ୍ଧୁକ ମୁନରେ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ବରପାଲିର ନକୁଳ ମାଝିଙ୍କୁ ଗତ ଗୁରୁବାର ବରଗଡ଼ କୋର୍ଟକୁ ହାଜର କରାଯିବା ପାଇଁ ଅଣାଯାଇଥିଲା । ସେ ସମୟରେ ନକୁଳ କୌଣସି ଧାରୁଆ ଅସ୍ତ୍ରରେ ହାତକୁ କାଟି ଦେଇଥିବା ବେଳେ ତାକୁ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର ସକାଳେ ଶୌଚ କରିବାକୁ ଯାଇ ନକୁଳ ଫେରାର ହୋଇଯାଇଥିଲା । ଉକ୍ତ ଘଟଣାରେ ଜେଲ କତୃପକ୍ଷ ତଦନ୍ତ କରି ବରଗଡ଼ ସବଜେଲରେ କାର୍ଯ୍ୟରତ ରମେଶ ହରି ଏବଂ କିରଣ ଯୋଷୀଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।