OnaKhabar

କ୍ରିକେଟ ଦୁନିଆ ସହ ଜେଟଲୀଙ୍କ ସମ୍ପର୍କକୁ ନେଇ ବଡ ଖୁଲାସା କଲେ ସେହ୍ଵାଗ

258

ନୂଆଦିଲ୍ଲୀ: ଜେଟଲୀଙ୍କ ନିଧନରେ ଭାବୁକ ହେବା ସହ ଟ୍ଵିଟ୍ କରି ସେହ୍ଵାଗ ନିଜର ଏବଂ ଅନେକ ନବାଗତ କ୍ରିକେଟଙ୍କ ପାଇଁ ଜେଟଲୀ କରିଥିବା କାମକୁ ମନେ ପକାଇଛନ୍ତି । ସେହ୍ଵାଗ ୨୦ ବର୍ଷର ଏହି ପୁରୁଣା ଗୋପନୀୟ କଥା ଉପରୁ ପରଦା ହଟାଇବା ପାଇଁ ସାମାଜିକ ଗଣମାଧ୍ୟମର ସାହାରା ନେଇଛନ୍ତି । ଏହା ସହିତ ଏମିତି କିଛି କଥା କହିଛନ୍ତି, ଯାହାକୁ ବୋଧହୁଏ କୌଣସି କ୍ରିକେଟର କିମ୍ବା ପ୍ରଶଂସକ ଜାଣିଥିବେ। ସେହ୍ଵାଗଙ୍କ କଥା ଉପରେ ଧ୍ୟାନ ଦେଲେ ଏହା ସ୍ପଷ୍ଟ ଲାଗୁଛି ଯେ ଜେଟଲୀଙ୍କ ବିନା ବୋଧହୁଏ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପଦାର୍ପଣ କରି ପାରିନଥାନ୍ତେ।

ଏମିତି ଏକ ସମୟ ଥିଲା, ଯେବେ ଦିଲ୍ଲୀର କ୍ରିକେଟ୍ ଖେଳାଳିଙ୍କୁ ଉଚ୍ଚସ୍ତର ପର୍ଯ୍ୟନ୍ତ ଯିବାର ସୁଯୋଗ ମିଳୁନଥିଲା, ମାତ୍ର ଡିଡିସିଏର ନେତୃତ୍ଵ ନେବା ସମୟରେ ଜେଟଲୀ ଦିଲ୍ଲୀର କ୍ରିକେଟରଙ୍କୁ ଏହି ସୁଯୋଗ ଦେଇଥିଲେ। ସେ ଖେଳାଳିଙ୍କ ଆବଶ୍ୟକତାକୁ ଶୁଣୁଥିଲେ ଏବଂ ଏହା ପୂରଣ ମଧ୍ୟ କରୁଥିଲେ। ମୁଁ ବ୍ୟକ୍ତିଗତ ଭାବେ ତାଙ୍କ ସହିତ ସ୍ମରଣୀୟ ଦିନ କାଟିଛି। ମୋର ପ୍ରାର୍ଥନା ଓ ସମବେଦନା ତାଙ୍କ ପରିବାର ସହିତ ରହିଛି।
ଅରୁଣ ଜେଟଲୀ ଜଣେ ବହୁତ ବଡ଼ କ୍ରୀଡ଼ା ପ୍ରେମୀ ଥିଲେ। ବିସିସିଆଇର ଉପାଧ୍ୟକ୍ଷ ମଧ୍ୟ ଥିଲେ। ଇଣ୍ଡିଆନ ପ୍ରିମିୟର ଲିଗରେ ସ୍ପଷ୍ଟ ଫିକ୍ସିଂ କାଣ୍ଡ ପରେ ଏନ ଶ୍ରୀନିବାସନଙ୍କୁ ହଟାଇ ତାଙ୍କୁ ଅଧ୍ୟକ୍ଷ କରିବା କଥା ଉଠିଥିଲା। ଦିଲ୍ଲୀ ରାଜ୍ୟ କ୍ରିକେଟ୍ ସଂଘର ଅଧ୍ୟକ୍ଷ ଥିବା ବେଳେ ସେ ଦିଲ୍ଲୀର ଯୁବ ଖେଳାଳିଙ୍କୁ ଉନ୍ନତି ପାଇଁ କାମ କରିଥିଲେ।

Comments are closed.