OnaKhabar

ନବାନ୍ନ ଲାଗି ନେଇ ଲଗ୍ନ ଧାର୍ଯ୍ୟ

778

ସମ୍ବଲପୁର: ଆସନ୍ତା ସେପ୍ଟେମ୍ବର ମାସ ୩ ତାରିଖରେ ସମ୍ବଲପୁର ସମେତ ସମଗ୍ର ଓଡିଶାରେ ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପାଳିତ ହେବ | ଏଥିପାଇଁ ଆଜି ବ୍ରହ୍ମପଣ୍ଡିତ ମହାସଭା ପକ୍ଷରୁ ପଶ୍ଚିମ ଓଡିଶାର ବିଶିଷ୍ଟ ପଣ୍ଡିତ , ଜୋତିଷ ଓ ଲଗ୍ନକ ମାନଙ୍କୁ ନେଇ ‘ନବାନ୍ନ ଲାଗି’ ର ନିର୍ଣ୍ଣୟ କରା ଯାଇଛି | ମା ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ନେଇ ଲଗ୍ନ ଧାର୍ଯ୍ୟ ହୋଇଛି । ସେପ୍ଟେମ୍ବର ୩ ରେ ନୂଆଖାଇ ଲାଗି ଲଗ୍ନ ଧାର୍ଯ୍ୟ ହେବ । ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗୁ ହେବା ନେଇ ଲଗ୍ନ ଧାର୍ଯ୍ୟ ହୋଇଛି । ଝାଡୁଆପଡାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭାରେ ଲଗ୍ନଧାର୍ଯ୍ୟ କରା ଯାଇଛି । ଲଗ୍ନ ନିର୍ଣ୍ଣୟ ପରେ ଆଜି ବ୍ରହ୍ମପୁରା ମନ୍ଦିର କତ୍ତୃପକ୍ଷଙ୍କ ତରଫରୁ ଏହି ଲଗ୍ନ ଚିଠା ସମଲେସ୍ବରୀ ଦେବୀଙ୍କ ପାଖକୁ ପ୍ରେରଣ କରା ଯାଇଛି | ପରମ୍ପରା ଅନୁସାରେ ଚୌହାନ ରାଜତ୍ବ କାଳରୁ ଏହି ପ୍ରଥା ଅନୁସାରେ ନବାନ୍ନ ଲଗ୍ନ ହୋଇ ଆସୁଥିବା ଗବେଷକ ଗଣ ପ୍ରକାଶ କରିଛନ୍ତି |

ଗମ୍ଭୀର ରୋଗରେ କବଳିତ ବିଗ୍ ବି

Comments are closed.