OnaKhabar

ହାଇଆଲର୍ଟରେ ନୌସେନା

2,038

ନୂଆଦିଲ୍ଲୀ: ତାମିଲନାଡ଼ୁର ରାସ୍ତା ଦେଇ ଲସ୍କର ଇ ତୋଇବା(ଏଲଇଟି)ର ଆତଙ୍କବାଦୀଙ୍କ ଅନୁପ୍ରବେଶ କରିବାର ଗୁଇନ୍ଦା ସୂଚନା ମିଳିଛି | ଏହାପରେ ଭାରତୀୟ ନୌସେନା ସମୁଦ୍ରୀ କ୍ଷେତ୍ର ଏବଂ ତଟ ଉପକୂଳବର୍ତ୍ତୀ ଇଲାକାରେ ଆଲର୍ଟ ଜାରି କରିଛନ୍ତି । ଏହା ବ୍ୟତୀତ ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ଉପକୂଳବର୍ତ୍ତୀ ଇଲାକାରେ ପେଟ୍ରୋଲିଂ ଜୋରଦାର କରିଛନ୍ତି ।

ପ୍ରତିରକ୍ଷା ମୁଖପାତ୍ର ଶନିବାର କହିଛନ୍ତି ଯେ, ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ନୌସେନା ସମୁଦ୍ରରେ ଓ ତଟୀୟ ଇଲାକାରେ ସ୍ଥିତି ଉପରେ ତୀଷ୍ନ ନଜର ରଖିଛନ୍ତି। ଲସ୍କର ଇ ତୋଇବାର ଆତଙ୍କବାଦୀ ରାଜ୍ୟରେ ଅନୁପ୍ରବେଶ କରିବାର ଗୁଇନ୍ଦା ସୂଚନା ମିଳିବା ପରେ ତାମିଲନାଡ଼ୁରେ ସୁରକ୍ଷା ବଢାଇ ଦିଆଯାଇଛି । କୋଏମ୍ବାଟୁରର ପୋଲିସ ଆୟୁକ୍ତ ସୁମିତ ଶରଣ ଶୁକ୍ରବାର କହିଥିଲା ଯେ ଆତଙ୍କବାଦୀ ସହର ଅଭିମୁଖେ ବଢୁଥିବା ସୂଚନା ମିଳିବା ପରେ ଏଠାରେ ହାଇ ଆଲର୍ଟ ଜାରି କରାଯାଇଛି। ଏମିତି ରିପୋର୍ଟ ମିଳିଥିଲା ଯେ, ଲସ୍କରର ଛଅ ଆତଙ୍କବାଦୀ ଶ୍ରୀଲଙ୍କାରୁ ସମୁଦ୍ର ମାର୍ଗ ଦେଇ ରାଜ୍ୟରେ ଅନୁପ୍ରବେଶ କରି ବିଭିନ୍ନ ସହରକୁ ଯାଇ ପାରନ୍ତି। ଯାହା ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି।