OnaKhabar

ମୋଦିଙ୍କୁ ପ୍ରଶଂସା ପାଇଁ କଂଗ୍ରେସ ନେତାଙ୍କ ଭିଡ଼

948

ଭୁବନେଶ୍ୱର (ଓଏନଏ): ବିରୀ ମାଡ଼ ଦେଖି କୋଳଥ ଚେପା ନ୍ୟାୟରେ କଂଗ୍ରେସର ଆଗଧାଡ଼ିର ନେତାମାନଙ୍କର ଅବସ୍ଥା ହୋଇଥିବା କଥା ଏବେ ରାଜନୀତିକ ମହଲରେ ଚର୍ଚ୍ଚା ହୋଇଛି । କାରଣ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କ ଗିରଫ ପରେ ଜଣକ ପରେ ଜଣେ କଂଗ୍ରେସ ନେତା ଏବେ ମୋଦିଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । କଂଗ୍ରେସ ନେତାମାନେ ଭାବିଲେଣି ମୋଦିଙ୍କ ଟାର୍ଗେଟ ହେଉଛି କଂଗ୍ରେସର “ଫେସ” କୁହାଯାଉଥିବା ଆଗଧାଡ଼ିର ନେତା । ଏଣୁ ଯେତେ ଉଦ୍ୟମ କଲେ ମଧ୍ୟ ଯେପରି ଚିଦାମ୍ବରମଙ୍କୁ ରକ୍ଷା କରିହେଲା ନାହିଁ ଅନ୍ୟମାନଙ୍କ ଅବସ୍ଥା ସେହିପରି ହୋଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି । କଂଗ୍ରେସ ଏକ ଦୁର୍ନୀତିଗ୍ରସ୍ତଙ୍କ ଦଳ ଏଭଳି ଏକ ଧାରଣା ମୋଦି ଭାରତର ଲୋକଙ୍କ ମନରେ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ସେମାନେ ଭାବିଲେଣି । ଏଣୁ ଛାମୁଆ ନେତାମାନେ ମୋଦିଙ୍କ ନଜରରେ ଅଛନ୍ତି । କିଛି କଂଗ୍ରେସ ନେତାଙ୍କୁ ଦୁର୍ନୀତିଗ୍ରସ୍ତ ଭାବେ ପ୍ରମାଣ କରିଦେଲେ ଦଳ ଆପେ ଲଣ୍ଡା ହୋଇଯିବ । ଏହି ଫଣ୍ଡାକୁ ମୋଦି ଆପଣାଇଥିବା କଥା ଏବେ ଆଲୋଚନା ହେଉଛି ।
ଆଇଏନଏକ୍ସ ମିଡିଆ ଦୁର୍ନୀତି ଘଟଣାରେ ଯେଉଁଭଳି ଭାବରେ ସିବିଆଇ ଓ ଇଡି କଂଗ୍ରେସର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପଛରେ ପଡ଼ିଲା ତାହା ଦେଖି କଂଗ୍ରେସ ନେତାମାନଙ୍କ ମନରେ ଭୟ ସଂଚାର ହୋଇଛି । ବିଶେଷ କରି ଯେଉଁମାନେ ସରକାରରେ ମନ୍ତ୍ରୀଥିଲେ ଓ ସରକାରୀ ଅର୍ଥକାରବାରରେ ସମ୍ପୃକ୍ତ ଥିଲେ ସେମାନଙ୍କ ମନରେ ଛନକା ପସିଛି । ମୋଦି ଖୋଲାଖୋଲି ଭାବେ କହୁଛନ୍ତି ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଶାନ୍ତିରେ ରହିବାକୁ ଦେବେନାହିଁ । ଜଣଜଣକୁ ଚିହ୍ନଟ କରି ଜେଲରେ ଭରିବେ । ଚିଦାମ୍ବରମଙ୍କ ପଛରେ ଦୁଇ ତଦନ୍ତକାରୀ ସଂସ୍ଥା ଦୀର୍ଘଦିନ ହେଲା ପଡ଼ିଥିଲେ । ଶେଷରେ ତାଙ୍କୁ ଗିରଫ କରିବାରେ ସଫଳ ହେଲେ । କୌଣସି କୋର୍ଟ ତାଙ୍କୁ ଆଉ ସହାୟତା ଦେଇପାରିଲା ନାହିଁ । ଏହି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତକୁ ରାଜସାକ୍ଷୀ କରିବାରେ ତଦନ୍ତକାରୀ ସଂସ୍ଥା ସଫଳ ହେଲେ । ଏବେ ଚିଦାମ୍ବରମ ସିବିଆଇ କଷ୍ଟୋଡ଼ିରେ ଅଛନ୍ତି । ଏକଥା ଦେଖିଲା ପରେ ଅନ୍ୟନେତାମାନେ ବି ଶଙ୍କିତ ହେଲେଣି । ଏହି ଆଲୋଚନା କରିବା ପଛରେ କୁହାଯାଉଛି ଜୟରାମ ରାମେଶଙ୍କ ପରେ ମନୁ ସିଂଘଭି ଓ ଶଶୀ ଥରୁର ମୋଦିଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ଏପରି କି ନିଜ ଦଳର ବିରୋଧାଭାବ ଆଭିମୁଖ୍ୟକୁ ମଧ୍ୟ ନିନ୍ଦା କରିଛନ୍ତି ।
ଗତ ଗୁରୁବାର ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ପ୍ରଥମେ ମୋଦିଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ୨୦୧୪ରୁ ୨୦୧୯ ମଧ୍ୟରେ ମୋଦି ଯେଉଁ ସବୁ ଭଲ କାମ କରିଛନ୍ତି ସେସବୁୁ ସ୍ୱୀକୃତି ଦେବା ଦରକାର । ଆମେ ସେ କାମକୁ ସ୍ୱୀକୃତି ଦେବା ଦରକାର, ଯେଉଁଥିପାଇଁ ମୋଦି ୩୦ ପ୍ରତିଶତ ଅଧିକ ଭୋଟ ପାଇ ପୁଣି କ୍ଷମତାକୁ ଫେରିଲେ । ସେ ଏଭଳି ଭାବରେ କଥା ହେଉଛନ୍ତି ଯେଉଁଥିପାଇଁ ଦେଶର ସାଧାରଣ ଲୋକଙ୍କ ମନ ଜିଣୁଛନ୍ତି । ତାଙ୍କ କାମକୁ ବି ସାଧାରଣ ଲୋକେ ଗ୍ରହଣ କରୁଛନ୍ତି । ଆମେ ଯଦି ଏହି କାମକୁ ସ୍ୱୀକୃତି ନ ଦେବା ତାହାହେଲେ ଆମେ ମୋଦିଙ୍କର ମୁକାବିଲା କରିପାରିବା ନାହିଁ । ଆମେ ଯଦି ସବୁବେଳେ ମୋଦିଙ୍କୁ ନିନ୍ଦା କରିବା ତାହାହେଲେ ମୁକାବିଲା କରିପାରିବା ନାହିଁ । ସମସ୍ତେ ମୋଦିଙ୍କ ପ୍ରଶଂସା କରନ୍ତୁ ଏହା ମୁଁ କହିବାକୁ ଚାହେଁନି । ରାଜନେତାମାନଙ୍କୁ କହିବାକୁ ଚାହେଁ ଯେ, ଅତି କମରେ ମୋଦି ପ୍ରଶାସନିକ କ୍ଷେତ୍ରରେ ବିଶେଷ କରି ଆର୍ôଥକ କ୍ଷେତ୍ରରେ ଯାହା ପରିବର୍ତ୍ତନ ଆଣୁଛନ୍ତି ତାକୁ ସ୍ୱୀକୃତି ଦିଅନ୍ତୁ । ମୋଦି ସରକାରଙ୍କ ସମୟରେ ଆର୍ôଥକ ଦୃଷ୍ଟିରୁ ଯେତେ ସବୁ ନିଷ୍ପତ୍ତି ନିଆଯାଇଛି ସେସବୁ ଭୁଲ କହିବା ଠିକ ନୁହେଁ । ୨୦୧୯ରେ ଆମେ ମୋଦିଙ୍କର ଦୁଇଟି ଯୋଜନାକୁ ସବୁଠାରୁ ବେଶି ସମାଲେଚାନା କରୁଥିଲୁ ସେଥିରେ ଗୋଟିଏ ହେଲା ଉଜ୍ୱଳା ଯୋଜନା । ହେଲେ ଏହି ଯୋଜନା ଦ୍ୱାରା ସେ କୋଟି କୋଟି ମହିଳାଙ୍କ ମନ ଜିଣିଲେ ଓ ଯାହାର ରାଜନୈତିକ ଫାଇଦା ତାଙ୍କୁ ନିର୍ବାଚନରେ ମିଳିଲା ବୋଲି ଜୟରାମ ରମେଶ କହିଛନ୍ତି ।\nଜୟରାମଙ୍କ ଏହି କଥାକୁ ସମର୍ଥନ କରି ମନୁ ସିଂଘଭି ଟ୍ୱିଟ କରିଛନ୍ତି । ସେ କହିଛନ୍ତି ମୋଦିଙ୍କୁ ସବୁବେଳେ ନକାରାତ୍ମକ ଭାବେ ଚିତ୍ରଣ କରିବା ବନ୍ଦ କରାଯାଉ । ଏମିତି କରି ବିରୋଧୀ ପ୍ରକୃତରେ ତାଙ୍କୁ ସହାୟତା କରୁଛନ୍ତି । ଆମକୁ ସ୍ୱୀକାର କରିବାକୁ ହେବ ଯେ ସେ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ । ଆମେ ବିଭିନ୍ନ ପ୍ରସଙ୍ଗକୁ ସମର୍ଥନ କିମ୍ବା ବିରୋଧ କରିପାରିବା । ହେଲେ ଜଣେ ବ୍ୟକ୍ତିଙ୍କୁ ସବୁବେଳେ ବିରୋଧ କରିବା ଠିକ ନୁହେଁ । ଉଜ୍ୱଳ ଯୋଜନା ନିଶ୍ଚିତ ଭାବେ ମୋଦି ସରକାରଙ୍କ ଅନେକ ଭଲ କାମ ମଧ୍ୟରୁ ଗୋଟିଏ ବୋଲି ସଂଘଭି ଟ୍ୱିଟ କରି ଜଣାଇଛନ୍ତି ।

ଶଶୀ ଥରୁର ମଧ୍ୟ ମୋଦିଙ୍କୁ ପ୍ରଶଂସ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଯଦି ଭଲ କାମ କରିବେ ସେ ପ୍ରଶଂସାର ହକଦାର । ଯଦି ଭୁଲ କରନ୍ତି ତାହାହେଲେ ସମାଲୋଚନା କରିବା ଉଚିତ । ଏହାଦ୍ୱାରା ଭୁଲ କଲାବେଳେ ସମାଲୋଚନା କଲେ ଲୋକେ ତାଙ୍କୁ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀଙ୍କ କିଛି କାର୍ଯ୍ୟକୁ ବିରୋଧୀ ଦଳରେ ଯେଉଁ ନେତାମାନେ ପ୍ରଶଂସା କରୁଛନ୍ତି ତାକୁ ସେ ସ୍ୱାଗତ କରୁଛନ୍ତି ବୋଲି ଥରୁର କହିଛନ୍ତି ।

Comments are closed.