OnaKhabar

ସମ୍ବଲପୁର ରେ ପ୍ରିପେଡ ଇଲେକ୍ଟ୍ରିକାଲ ସ୍ମାର୍ଟ ମିଟର ,ପାଇଲଟ ପ୍ରୋଜେଟକୁ ବିଜେପିର ବିରୋଧ…….

238

ସମ୍ବଲପୁର: ଗତ ୨୦ ତାରିଖ ଶକ୍ତି ବିଭାଗକୁ ନେଇ ରାଜ୍ୟ ସରକାର ନେଇଥିବା ନିଷ୍ପତିକୁ ନେଇ ବିରେଦ୍ଧର ସ୍ୱର ଦିନକୁ ଦିନ ବଢିବାରେ ଲାଗିଛି । ବୌଦ୍ୟୁତିକ ମଟର ଟେମ୍ପରିଙ୍ଗ,ବିଜୁଳି ଚୋରିକୁ ରୋକିବା ଓ ସୁବିଧାରେ ବିଦ୍ୟୁତ ଶୁକ୍ଳ ଆଦାୟ କରିବା ପାଇଁ ରାଜ୍ୟ ଅଣ୍ଟା ଭିଡିଛନ୍ତି । ସରକାର ରଜ୍ୟର ବେସରକାର ବିଦ୍ୟୁତ ଉପଭୋକ୍ତାଙ୍କ ଘର ଅନୁଷ୍ଠାନ ପ୍ରତିଷ୍ଠାନରେ ପ୍ରିପେଡ ସ୍ମାର୍ଟ ମିଟର ବସେଇବା ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ବିବାଦର କାରଣ ହେଉଛି ସମ୍ବଲପୁର ଓ ରାଉଲକେଲାକୁ ପାଇଲଟ ପ୍ରେଜେକ୍ଟ ଚୟନ କରାଜିବାକୁ ନେଇ ,ଶକ୍ତି ମନ୍ତ୍ରୀ ଘୋସଣାର ୨୪ ଘଣ୍ଟ ନପୁରୁଣୁ ଉଠିଥିଲା ବିରୋଦ୍ଧର ସ୍ୱର ।ପଶ୍ଚିମା ଅଞ୍ଚଳ ଏକତାର ମଞ୍ଚ,ସମ୍ବଲପୁର ଓକିଲ ସଂଘ ପରି ଅନେକ ଅଗ୍ରଣି ଅନୁଷ୍ଠାନ ରାଜ୍ୟ ସରକାରଙ୍କୁ ନିଷ୍ପତିରୁ ଓହରିଯିବାକୁ ଦାବି କରିଛନ୍ତି । ଆଜି ସମ୍ବଲପୁର ବିଜେପି ଆହୁରି ପାଦେ ଆଗକୁ ବଢି ବିରୋଧ ଓ ଦାବି କରିଛି । ସ୍ଥାନୀୟ ବିଜେପି କାଯ୍ୟାଳୟ ରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ମାନ୍ୟବର ବିଧାୟକ ଶ୍ରିଯୁକ୍ତ ଜୟ ନାରାୟଣ ମିଶ୍ର ଏକ ସାମ୍ବାଦିକ ସମ୍ମିଳନିରେ ବର୍ଷିଛନ୍ତି ସରକାରଙ୍କ ଉପରେ । ଶ୍ରୀଯୁକ୍ତ ମିଶ୍ର ତାଙ୍କର ବକ୍ତବ୍ୟରେ କହିଛନ୍ତି ଯେ, ଯଦିଓ ଶକ୍ତି ବିିଭାଗର ଏହି ସଂସ୍କାର ମୁଳକ ପଦକ୍ଷପ ସ୍ୱାଗତ ଯୋଗ୍ୟ ,କିନ୍ତୁ ଶକ୍ତି ମନ୍ତ୍ରୀଙ୍କ ବକ୍ତବ୍ୟ ସମ୍ବଲପୁର ଓ ରାଉଲକେଲା ବାସୀଙ୍କୁ ଚୋର ବୋଲି ପ୍ରମାଣିତ କରୁଛି । ଏହା ଆମ ଅଞ୍ଚଳ ବାସୀଙ୍କୁ ଆଘାତ ପହଞ୍ଚାଇବା ସଙ୍ଗେ ସଙ୍ଗେ ଅପମାନିତ କରିଛି ।ପଶ୍ଚିମ ଓଡିଶାର ରାଜ୍ୟର ସର୍ବାଧିକ ଜଳ ବିଦ୍ୟୁତ ଓ ତାପଜ ବିଦ୍ୟୁ୍ତ ପ୍ରକଳ୍ପ ଅବସ୍ଥାପିତ ।ନଅଞ୍ଚଳବାସୀ ପ୍ରକଳ୍ପ ଗୁଡିକ ପାଇଁ ବସଚ୍ୟୁତ ହୋଇଛନ୍ତି ।ପ୍ରଦୂଷଣର ଶିକାର ହୋଇ ରୋଗାକ୍ରାନ୍ତ ହେଉଛନ୍ତି । ଆଉ ସରକାରଙ୍କ ଏହି ନିଷ୍ପତି କଟାଘା ରେ ଚୂନ ସଦୃଶ୍ୟ ହେଉଛି । ଏଣୁ ସରକାର ସମ୍ବଲପୁର ଓ ରାଉଲକେଲାକୁ ପାଇଲଟ ପୋଜେକ୍ଟରୁ ପ୍ରତ୍ୟାହାର କରି ସାମୁହିକ ଭାବରେ ୩୦ଟି ଜାକ ଜିଲ୍ଲାରେ ଏକକାଳୀନ ଭାବରେ ଯୋଯନାକୁ ଲାଗୁ କରନ୍ତୁ ।ରାଜ୍ୟ ବାସୀ କିଭଳି ଭାବରେ ୨୪ ଘଣ୍ଟା ନିରବଛିନ୍ନ ଭାବରେ ବିଜୁଳି ପାଇପାରିବେ ସେଥିପାଇଁ ଅତ୍ୟାଧୁନିକ ପ୍ରଣାଳିରେ ବିଦ୍ୟୁତ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରନ୍ତୁ ।ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିବା ମାନ୍ୟବର ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରି ନାଏକ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ରାଜ୍ୟ ବାସୀଙ୍କ ଉପରେ ଯେଯନା ନାଁରେ ସରକାର ଯେଉଁ ଆର୍ଥିକ ବୋଝ ଲଦିବାକୁ ଯାଉଛନ୍ତି ସେଥି ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ ତ ?ଅଠର ବର୍ଷରୁ ଅଧିକ ସମୟ ଧରି ନିରଙ୍କୁଶ ଭାବରେ ରାଜ୍ୟରେ ଶାସନ କଲାପରେ ଓ କେନ୍ଦ୍ର ସରକାର ଙ୍କର ଶହ ଶହ କୋଟି ଟଙ୍କାର ଅନୁଦାନ ପାଇ ମଧ୍ୟ ନିଜର ଅପାରଗତା ଯୋଗୁଁ ଶକ୍ତି ବିଭାଗକୁ ନେଇ ରାଜ୍ୟବାସୀ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଗ୍ରାମାଞ୍ଚଳରେ ଦିନ ଦିନ ଧରି ବିଦ୍ୟୁତ ବିଛିନ୍ନ ରହୁଛି ସରକାର ପ୍ରଥମେ ବିଦ୍ୟୁତ ୨୪ ଘଣ୍ଟା ନିରବଛିନ୍ନ ଭାବରେ ବିଦ୍ୟୁତ ଯୋଗାଣ ପାଇଁ ଭିତ୍ତିଭୂମି ବ୍ୟବସ୍ଥା କରନ୍ତୁ ଓ ପରେ ଏହି ପ୍ରିପେଡ ସ୍ମାର୍ଟ ବ୍ୟବସ୍ଥାର ନିୟମ ଲାଗୁ କରିବେ ।ଶ୍ରିଯୁକ୍ତ ମିଶ୍ର ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ଆହୁରି ମଧ୍ୟ କହିଛନ୍ତି, ମୁଁ ଶକ୍ତି ମନ୍ତ୍ରିୀଙ୍କୁ ପତ୍ର ମାଧ୍ୟମରେ ଓ ବ୍ୟକ୍ତିଗତ ଭାବରେ ଏହି ପ୍ରସଙ୍ଗରେ ଆଲୋଚନା କରିବି । ଆଉ ସରକାର ତାଙ୍କ ଏକପାଖିଆ ନିଷ୍ପତିରୁ ନ ଓହରିଲେବିଜେପି ଅଞ୍ଚଳ ବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ ରାସ୍ତାକୁ ଓହ୍ଲାଇବ । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଧେଶ୍ୟାମ ବାରିକ ,କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ଶ୍ରୀ ମାନସ ରଞ୍ଜନ ବକ୍ସି ଉପସ୍ଥିତ ଥିଲେ ।

Comments are closed.