OnaKhabar

ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି ଛାତ୍ର

449

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନକୁ ବାତିଲ ନେଇ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି ଛାତ୍ର ସଂଗଠନ | ପ୍ରତିବାଦରେ ଉଭୟ ଛାତ୍ର କଂଗ୍ରେସ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତୀବ୍ର ବିରୋଧ କରିଛନ୍ତି । ଏବିଭିବିର ଶତାଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ଏହି ସମୟରେ ଛାତ୍ରଛାତ୍ରୀ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ପୋଲିସ ଆନ୍ଦୋଳନରତ ୩୦ ଛାତ୍ରଙ୍କୁ ଉଠାଇ ନେଇଛି ।
ରାଜ୍ୟ ସରକାର ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି । ଫଳରେ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି । ସରକାର ଗଣତନ୍ତ୍ରର କଣ୍ଠରୋଧ କରୁଛନ୍ତି ବୋଲି କୁହାଯାଇଛି । ଆଜି ଭୁବନେଶ୍ୱର ସ୍ଥିତ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି ଏବିଭିବିର ଶତାଧିକ ଛାତ୍ରଛାତ୍ରୀ । ଏହି ସମୟରେ ପୂର୍ବରୁ ଖବର ପାଇ ନିୟୋଜିତ ଥିବା ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । କିଛି ସମୟ ଧରି ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
ସେହିପରି ବ୍ରହ୍ମପୁରରେ ଅଲ୍‌ ଇଣ୍ଡିଆ ଡିଏସ୍‌ଓ ସଙ୍ଗଠନର ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାର ତାଙ୍କ ନିଷ୍ପତ୍ତିକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ । ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘର ସଭାପତି କହିଛନ୍ତି ।