OnaKhabar

ଗଞ୍ଜାମରେ ବୋମାମାଡ଼, ବିଜେଡି ନେତା ସୁଧିରଙ୍କ ସମେତ ୨ଆହତ

215

ବ୍ରହ୍ମପୁର: ଗଞ୍ଜାମ ସାନବଜାର ଠାରେ ଗୁରୁବାର ସନ୍ଧ୍ୟା ୭.୩୦ମିନିଟ୍ରେ ଦୁର୍ବୃତମାନେ ଏକ ମୋଟର ସାଇକେଲରେ ଆସି ବୋମାମାଋ କରି ଫେରାର ହୋଇଯାଇଛନ୍ତି । ଏହି ବୋମାମାଡରେ ପୂର୍ବତନ ଏମପି ପ୍ରତିନିଧି ସୁଧିର କୁମାର ପାଢ଼ୀ ଓ କରଣସାହିର ଗଣେଶ ବାରିକ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ପ୍ରଥମେ ଉଭୟଙ୍କୁ ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଗଣେଶଙ୍କ ଛାତି ଓ ବେକରେ ଗୁରୁତର ଆଘାତ ଲାଗିବା ସହ କାନରୁ ପ୍ରଚୁର ରକ୍ତସ୍ରାବ ଯୋଗୁ ତାଙ୍କୁ ଛତ୍ରପୁର ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ଥାନାଧିକାରୀ ସୁଦାମ ମଲ୍ଲିକ, ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାସ ଘଟଣାସ୍ଥଳରେ ପହଞ୍ଚଚି ଛାନଭିନ ଆରମ୍ଭ କରିଛନ୍ତି । ପରେ ଏସପି ମଧ୍ୟ ଆସି ଘଟଣାସ୍ଥଳରୁ କିଛି ଦୂରରେ ଲାଗିଥିବା ସିସିଟିଭି ଯାଞ୍ଚଚ କରିଛନ୍ତି । ଏହି ମାମଲାରେ ସମ୍ପୃକ୍ତି ସନ୍ଦେହରେ ପୁଲିସ ୩ ଜଣଙ୍କୁ ଅଟକ ରଖିଥିବା ଏକ ବିଶ୍ୱସ୍ତସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ ଯେ, ଆହତ ହୋଇଥିବା ସୁଧିର କୁମାର ପାଢ଼ୀଙ୍କ ସହ ସେହି ଅଞ୍ଚଳର ବିଜେଡି ନେତାଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା । ଫଳରେ ଏହି ବୋମାମାଡ ଘଟଣା ସେହି ଦିଗକୁ ଇଙ୍ଗିତ କରୁଛି ବୋଲି ଆଲୋଚନା ହେଉଛି । ଦୀର୍ଘ କିଛିଦିନଧରି ଗଞ୍ଜାମ ସହର ଶାନ୍ତ ପଡିଥିବା ବେଳେ ହଠାତ ବୋମାମାଡ ପରେ ଅପରାଧିମାନେ ସେମାନଙ୍କ ସ୍ଥିତି ଜାହିର କରିଥିବା ଜଣାପଡିଛି । ପୁଲିସ ଅଟକ ରଖିଥିବା ଦୁର୍ବୃତ୍ତମାନଙ୍କ ଠାରୁ ଏହି ଘଟଣାର ଷଡଯନ୍ତ୍ରକାରୀଙ୍କ ନାମ ପୁଲିସ ପାଇଯାଇଛି । ଅତିଶୀଘ୍ର ଷଡଯନ୍ତ୍ରକାରୀଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।