OnaKhabar

ମିଗ-୨ ଉଡ଼ାଣ ଆରମ୍ଭ କଲେ ଅଭିନନ୍ଦନ

291

ନୂଆଦିଲ୍ଲୀ: ମିଗ-୨ ଉଡ଼ାଣ ଆରମ୍ଭ କଲେ ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର ଅଭିନନ୍ଦନ |  ଅଭିନନ୍ଦନ ବର୍ତମାନ ମେଡିକାଲ ଫିଟନେସ୍‌ ପରୀକ୍ଷା ପରେ ଫ୍ଲାଇଙ୍ଗ ଅପରେସନ୍‌କୁ ଫେରିଛନ୍ତି |  ଏବେ ଅଭିନନ୍ଦନ ଵାୟୁସେନାରେ ରାଜସ୍ଥାନରେ  ନିୟୋଜିତ ହୋଇଛନ୍ତି | ଗତ ଫେବ୍ରୁଆରି ୨୭ରେ ପାକିସ୍ତାନ ସହିତ ଯୁଦ୍ଧ କରୁଥିବା ସମୟରେ ଅଭିନନ୍ଦନଙ୍କ ମିଗ-୨୧କୁ ପାକିସ୍ତାନ ଧରି ନେଇଥିଲା। ଏଥିରେ ଅଭିନ୍ଦନ ଆହତ ବି ହୋଇଥିଲେ, ଫଳରେ ତାଙ୍କୁ ଫ୍ଲାଇଙ୍ଗ ଡିିୟୁଟିରୁ ହଟାଇ ଦିଆଯାଇଥିଲା।

୨୦୧୯ ଫେବ୍ରୁଆରି ୧୪ରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣରେ ପୁଲଓ୍ଵାମାରେ ୪୦ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ତେବେ ଏହି ପୁଲଓ୍ଵାମା ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲେ। ଭାରତ ଏକାଧିକ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ମାଡ଼ କରିଥିଲା। ଏହି ଆକାଶୀ ଆକ୍ରମଣରେ ପାକ୍‌ ସୀମା ଭିତରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକ ଧ୍ୱଂସ ପାଇଥିଲା। ଏହି ଆକ୍ରମଣରେ ଭାରତୀୟ ବାୟୁସେନାର ମିରେଜ୍‌ ୨୦୦୦ ଲଢୁଆ ବିମାନ ଅଂଶଗ୍ରହଣ କରିଥିଲା ବୋଲି ଭାରତୀୟ ବାୟୁସେନା ଏ ସଂପର୍କରେ ସୂଚନା ଦେଇଥିଲେ।