OnaKhabar

ଯୌତୁକ ପାଇଁ ନବବଧୂକୁ ପୋଡିଦେଲେ

61

ନବରଙ୍ଗପୁର : ଯୌତୁକ ପାଇଁ ନବବଧୂକୁ ପୋଡି ମାରିଦେବା ଅଭିଯୋଗ ହୋଇଛି | ବିବାହ ମାତ୍ର ୪ମାସ ପୁରିଛି | ପୁଣି ଯୌତୁକ ଜୁଇରେ ଜଳିଛନ୍ତି ଜଣେ ନବବଧୂ । ବାପଘର ଲୋକ ଯୌତୁକ ନ ଦେଇ ପାରିବାରୁ ଘଟିଛି ଏଭଳି ଏକ ହୃଦୟ ବିଦାରକ ଘଟଣା | ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା କାକୁଡ଼ିଆମ୍ବ ଗ୍ରାମରେ । ମୃତକ ହେଲେ ଧର୍ମାନନ୍ଦ ନାୟକଙ୍କ ସ୍ତ୍ରୀ ରଶ୍ମିତା ଶତନାମୀ । ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପଘର ଲୋକ ଅଭିଯୋଗ ଆଣିଛନ୍ତି । ପୋଲିସ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।
କାକୁଡ଼ିଆମ୍ବ ଗ୍ରାମର ଧର୍ମାନନ୍ଦ ନାୟକ ଗତ ମେ ୧ ତାରିଖରେ କଳାହାଣ୍ଡିର ଚିଚିଆ ଗାଁର ରଶ୍ମିତା ସତନାମୀଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର‌୍ୟ୍ୟାତନା । ବାପ ଘରୁ ଟଙ୍କା ଆଣିବାକୁ ଶାଶୁଘର ଲୋକ ବାରମ୍ବାର ବାଧ୍ୟ କରୁଥିଲେ । କିନ୍ତୁ ଗତକାଲି ହଠାତ୍‌ ରଶ୍ମିତା ଅସୁସ୍ଥ ଥିବା ନେଇ ତାଙ୍କ ବାପ ଘର ଲୋକଙ୍କୁ ଖବର ଦିଆଯାଇଥିଲା । ମାତ୍ର ବାପଘର ଲୋକ ପହଁଚିବା ପୂର୍ବରୁ ରଶ୍ମିତାଙ୍କର ମୃତ୍ୟୁ ହୋଇସାରିଥିଲା । ରଶ୍ମିତା ଫ୍ୟାନ୍‌ରେ ରଶି ଦେଇ ଆତ୍ମହତ୍ୟା କରିଥିବା ତାଙ୍କ ଶାଶୂ ଘର ଲୋକେ କହିଥିବାବେଳେ ବାପଘର ହତ୍ୟା ଅଭିଯୋଗ କରିଛନ୍ତି । ମୈଦଲପୁର ଥାନା ପୋଲିସ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Comments are closed.