OnaKhabar

ଯୌତୁକ ପାଇଁ ମୋ ଝିଅକୁ ମାରିଦେଇଛନ୍ତି

1,907

କେନ୍ଦ୍ରାପଡ଼ା : ପ୍ରଥମେ ପ୍ରେମ ଓ ପରେ ଘରୁ ଉଭୟ ଫେରାର ହୋଇଯାଇଥିଲେ । ମାମଲା ଥାନାକୁ ଯାଇଥିଲା । ପରେ ଉଭୟ ପ୍ରେମୀ ଯୁଗଳ ଦ୍ୱୟ ଥାନାରେ ଆତ୍ମସମର୍ପଣ କରିଥିଲେ । ହେଲେ ପ୍ରେମ ପାଇଁ ପ୍ରେମୀ ଯୁଗଳ ଦ୍ୱୟ ପ୍ରଥମେ ଥାନାର ଦ୍ୱାରସ୍ତ ହୋଇ ବିବାହ କଲେ ଥାନା ପରିଶରରେ ଥିବା ଶ୍ରୀରାମ ମନ୍ଦିରରେ । ହେଲେ ଆଜି ସକାଳେ ପ୍ରେମିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଦାର କରିଛି ପୁଲିସ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଜଳନ୍ଧର ଗ୍ରାମରେ । ମୃତକ ଜଣଙ୍କ ହେଲେ ରୁନୁ ମଳିକ ।
ଘଟଣାରୁ ପ୍ରକାଶ, ପଟ୍ଟାମୁଣ୍ଡାଇ ଥାନା କଜଳବନ୍ଧା ଗାଁରେ ମହେଶ୍ୱର ମଳିକଙ୍କ ଝିଅ ରୁନୁ ମଳିକଙ୍କୁ ନବଘନ ମଳିକ ଭଲ ପାଉଥିଲେ । କିନ୍ତୁ ସେମାନଙ୍କ ବାହାଘର ପାଇଁ ଦୁଇ ପରିବାର ଲୋକେ ରାଜି ନହେବାରୁ ଉଭୟ ଘରୁ ଫେରାର ହୋଇ ଯାଇଥିଲେ । ତେବେ ଏ ନେଇ ରୁନୁ ମଳିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଉଭୟ ପରିବାରଙ୍କୁ ଡ଼କାଇଥିଲେ କିନ୍ତୁ ରୁନୁ ଘରକୁ ଯିବା ପାଇଁ ରୋକଠୋକ ମନା କରିଦେଇଥିଲା । ଉଭୟ ସାବାଳକ ହୋଇଥିବାରୁ ପୁଲିସ ପାଖରେ ଜିଦ ଧରିଥିଲେ ।
୨୦୧୮ ମେ ୨୨ ତାରିଖରେ ପଟ୍ଟାମୁଣ୍ଡାଇ ଥାନା ପରିସରେ ଥିବା ଶ୍ରୀରାମ ମନ୍ଦିରରେ ପୂର୍ବତନ ଆଇଆଇସି ପ୍ରମୋଦ କୁମାର ମଳିକ ସେମାନଙ୍କ ବିବାହ କରାଇଥିଲେ । ବିବାହ ପରେ ପ୍ରେମୀ ଯୁଗଳ ଘରକୁ ଫେରି ଯାଇଥିଲେ । ମାତ୍ର ରୁନୁ ନିଜ ବାପ ଘର ଲୋକଙ୍କ ସହିତ ସମ୍ପର୍କ ଛିନ୍ନ କରିଥିଲା । ଏପରିକି ରୁନୁଙ୍କ ଘରକୁ ତାଙ୍କ ବାପା ଓ ଭାଇ ଯାଉନଥିଲେ ।
ତେବେ ଆଜି ନିଜ ଶୋଇବା ଘର ଭିତରେ ରୁନୁଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଏ ନେଇ ରୁନୁଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ଯୌତୁକ ପାଇଁ ରୁନୁଙ୍କ ଶାଶୂ ଘର ଲୋକେ ମାରି ଝୁଲାଇ ଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି । ପୁଲିସ ମାମଲା ରୁଜୁ କରି ରୁନୁଙ୍କ ଶ୍ୱଶୂର ଅକ୍ଷୟ ମଳିକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ସେପଟେ ରୁନୁର ସ୍ୱାମୀ ନବଘନ ଫେରାର ଥିବା ଜଣା ପଡ଼ିଛି ।

Comments are closed.