OnaKhabar

ସ୍କୁଲରେ ପାଣି ପିଇ ୩ ଛାତ୍ରଛାତ୍ରୀ ଅସୁସ୍ଥ

475

ଭଦ୍ରକ : ସ୍କୁଲରେ ପାଣି ପିଇ ୩ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଖବର ପଦାକୁ ଆସିଛି । ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ । ଜିଲ୍ଲାର ଏକ ସ୍କୁଲରେ ୩ ଜଣ ଛାତ୍ର ପାଣି ପିଇ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଓ ଅନ୍ୟ ଦୁଇ ଜଣ ଛାତ୍ରୀଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।
ଖବର ନେବାରୁ ଜଣାପଡ଼ିଛି ଯେ, ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀମାନେ ପାଣି ପିଇଥିଲେ । ହେଲେ କିଛି ସମୟ ପରେ ସପ୍ତମ ଶ୍ରେଣୀର ଜଣେ ଛାତ୍ର ଓ ଦୁଇଜଣ ଛାତ୍ରୀଙ୍କ ଦେହ ଝିମ ଝିମ ହେବା ସହ ମୁଣ୍ଡ ବୁଲାଇଥିଲା । ବିଦ୍ୟାଳୟ ଛୁଟି ହେବା ପରେ ସେମାନେ ଘରକୁ ଯାଇଥିଲେ । ଘରେ ପହଚିଂବା ପରେ ସେମାନେ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ । ପରିବାର ଲୋକେ ସେମାନଙ୍କୁ ଡାକ୍ତରଖାନା ନେଇଥିଲେ । ସ୍କୁଲରେ ପାଣି ପିଇବା ପରଠାରୁ ଅସୁସ୍ଥତା ଅନୁଭବ କରିଥିଲେ ବୋଲି ଏହି ଛାତ୍ରଛାତ୍ରୀମାନେ କହିଥିଲେ ।

Comments are closed.