OnaKhabar

ପ୍ରେମରେ ଅସଫଳ ହେବା ପରେ କଣ କରିବେ, ଆସନ୍ତୁ ଜାଣିବା…

2,084

ଭୁବନେଶ୍ୱର: ଅନେକ ସମୟରେ ଆମକୁ କୋଳାହଳ ମଧ୍ୟରେ ମଧ୍ୟ ଏକୁଟିଆ ଲାଗିଥାଏ | ଏହାକୁ ଏକୁଟିଆପଣ ବା ଲୋନ୍‌ଲିନେସ୍‌ ବୋଲି କୁହାଯାଏ । ଜଣେ ଜୀବନସାଥୀ ହିଁ ଏକୁଟିଆପଣ ଦୂର କରିବାରେ ସମର୍ଥ ହୋଇଥା’ନ୍ତି ବୋଲି କୁହାଯାଏ । ମାତ୍ର ଅନେକ ସମୟରେ ଜୀବନସାଥୀ ବା ପାର୍ଟନର ଧୋକା ଦେବା ପରେ ଏହି ରୋଗ ବା ଦ୍ରୁତଗତିରେ ବୃଦ୍ଧି ପାଇଥାଏ | ତେବେ ଏଭଳି ସ୍ଥିତିରେ କ’ଣ କରିବା ଦରକାର ବା ନଦରକାର ତାହା ଆମକୁ ଜଣାପଡିନଥାଏ | ତେବେ ଆସନ୍ତୁ ଜାଣିବା କଣ କଲେ ଏହି ଏକାପଣକୁ ଦୂର କରିପାରିବେ…
1. ନିଜ ସହିତ ନିଜେ ଖୁସି ରୁହନ୍ତୁ: ପାର୍ଟନର ବା ଜୀବନସାଥୀଙ୍କ ପ୍ରତି ଆପଣଙ୍କ ଭାବନାତ୍ମକ ଆବେଗକୁ କମ୍‌ କରନ୍ତୁ । ଜଣେ ସେମାନଙ୍କ ପାର୍ଟନର୍‌ଙ୍କ ସହିତ ଭାବନାତ୍ମକ ଭାବେ ଏପରି ଯୋଡ଼ି ହୋଇ ରହିଥା’ନ୍ତି ଯେ, ନିଜ ଜୀବନର ଲକ୍ଷ୍ୟକୁ ସୁଦ୍ଧା ଭୁଲି ଯା’ନ୍ତି । ୨୪ ଘଣ୍ଟା ତାଙ୍କ ସହିତ ନ ରହି ପରିବାର ଅନ୍ୟ ସଦସ୍ୟ ତଥା ବନ୍ଧୁବାନ୍ଧବଙ୍କ ଗହଣରେ ସମୟ ବିତାନ୍ତୁ । ବେଳେ ବେଳେ ଏକା ରୁହନ୍ତୁ ଓ ଜୀବନକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏକା ଏକା ଛୁଟି କାଟିବାକୁ ବି ଯା’ନ୍ତୁ । ଦେଖିବେ ଏସବୁ ଶୀଘ୍ର ପ୍ରଭାବ ପକାଇବ ଓ ଆପଣ ଆଉ ଏକୁଟିଆ ଅନୁଭବ କରିବେ ନାହିଁ ।
2.ନିଜ ଅହଙ୍କାରକୁ ନିୟନ୍ତ୍ରଣ କରନ୍ତୁ: ଯଦି ପାର୍ଟନରଙ୍କ ସହିତ କୌଣସି ମତଭେଦ ହେଉଛି, ତେବେ ସମ୍ପର୍କକୁ ଠିକ୍‌ କରିବା ପାଇଁ ଆପଣ ଆଗୁଆ ପଦକ୍ଷେପ ନେବା ଉଚିତ୍‌ । କିନ୍ତୁ ଜଣ ଜଣଙ୍କ ଅହଙ୍କାର ସେମାନଙ୍କୁ ଏପରି କରିବାକୁ ଦେଇ ନଥାଏ । ଆପଣ ଜମାରୁ ଏ ଭୁଲ୍ କରନ୍ତୁ ନାହିଁ । ନହେଲେ ଆପଣ ଏକୁଟିଆ ଅନୁଭବ କରିବେ। ପାର୍ଟନରଙ୍କ ସହ ଯେତେବେଳେ ବି କୌଣସି ଭୁଲ୍ ବୁଝାମଣା ହେଉଛି, ପ୍ରଥମେ ନିଜ ଆଡୁ ଏହାର ସମାଧାନ ପାଇଁ ଚେଷ୍ଟା କରିବା ଉଚିତ୍ । ଏହା ସମ୍ପର୍କକୁ ଆହୁରି ମଜଭୁତ କରିଥାଏ ।
3.ଏକାଠି ସମୟ ବିତାନ୍ତୁ: ହୋଇପାରେ ଆପଣ ଓ ଆପଣଙ୍କ ପାର୍ଟନର ଏକାଠି ଯଥେଷ୍ଟ ସମୟ ବିତାଇ ପାରୁ ନଥିବେ । ତା’ହେଲେ ଏ ଦିଗରେ କିଛି ପଦକ୍ଷେପ ନିଅନ୍ତୁ । ବ୍ୟସ୍ତ କାର୍ଯ୍ୟସୂଚୀ ଭିତରୁ ସମୟ କାଢ଼ି ଦୁହେଁ ବୁଲିବାକୁ ଯା’ନ୍ତୁ । ଏକାଠି ସମୟ ବିତାନ୍ତୁ । ନିୟମିତ ବ୍ୟବଧାନରେ ଏପରି କଲେ ଆପଣ ଏକୁଟିଆ ଅନୁଭବ କରିବେ ନାହିଁ କି ସଂପର୍କରେ ଫାଟ ସୃଷ୍ଟି ହେବ ନାହିଁ ।