OnaKhabar

ଶ୍ରୀସନ୍ତଙ୍କ ଉପରୁ ଉଠିଲା ଆଜୀବନ ବାସନ୍ଦାଦେଶ

981

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟର ଏସ ଶ୍ରୀସନ୍ତଙ୍କ ଉପରେ ଲାଗୁ ହୋଇଥିବା ଆଜୀବନ ବାସନ୍ଦାଦେଶକୁ ଉଠାଇ ଦେଇଛନ୍ତି । ଏହି ବାସନ୍ଦାଦେଶକୁ କୋହଳ କରାଯାଇ ୭ବର୍ଷ କରାଯାଇଛି । ବିସିସିଆଇ ଲୋକପାଳ ଡିକେ ଜୈନ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ୨୦୧୩ ମସିହା ୧୩ ସେପ୍ଟେମ୍ବରରେ ଶ୍ରୀସନ୍ତଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା ।
ଶ୍ରୀସନ୍ତ ୨୦୦୫ରେ ନାଗପୁରରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସହିତ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ପଦାର୍ପଣ କରିଥିଲେ। ସେ ୨୦୦୬ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ ପଦାର୍ପଣ କରିଥିଲେ। ସେ ୨୭ଟି ଟେଷ୍ଟରୁ ୩୭.୫୯ ହାରରେ ୮୭ ଓ୍ଵିକେଟ୍, ୫୩ଟି ଦିନିକିଆରୁ ୩୩.୪୪ ହାରରେ ୭୫ ଓ୍ଵିକେଟ୍ ନେଇଛନ୍ତି।

Comments are closed.