OnaKhabar

ପ୍ରି-ପେଡ ମିଟର ଯୋଜନାକୁ ଝଟକା: ସମ୍ବଲପୁରରେ ଗଣ ସଂଗଠନ ଓ ଓକିଲ ସଂଘର ଜୋର ବିରୋଧ

690

ସମ୍ବଲପୁର : (ପ୍ରଫୁଲ୍ଲ ଦାଶ) ଓଡ଼ିଶାରେ ସମ୍ବଲପୁର ଓ ରାଉରକେଲାରେ ପ୍ରିପେଡ ସ୍ମାର୍ଟ ବିଦ୍ୟୁତ ମିଟର ସ୍ଥାପନ ପ୍ରୟାସକୁ ସମ୍ବଲପୁରରେ ଗଣ ସଂଗଠନ ଓ ଜିଲ୍ଲା ଓକିଲ ସଂଘ ଜୋରଦାର ବିରୋଧ କରିଛନ୍ତି । ତା’ ସହିତ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କରିଥିବା ନକରାତ୍ମକ ଟିପଣୀକୁ ବିରୋଧ କରାଯାଇ ତୁରନ୍ତ କ୍ଷମା ମାଗିବା ପାଇଁ ଦାବୀ କରାଯାଇଛି । ରାଜ୍ୟ ସରକାରଙ୍କ ପ୍ରି-ପେଡ ମିଟର ବ୍ୟବସ୍ଥାକୁ ସମସ୍ତେ ସ୍ୱାଗତ କରୁଛନ୍ତି, ମାତ୍ର ଏହା ସ୍ମାର୍ଟ ସିଟି ଭୁବନେଶ୍ୱରରେ ପାଇଲଟ ପ୍ରକଳ୍ପ ଭାବରେ ଆରମ୍ଭ କରି ପରେ ତା’ର ସଫଳତାକୁ ସମୀକ୍ଷା କରି ସମ୍ବଲପୁରରେ ସ୍ଥାପନ କରିବା ପାଇଁ ଓକିଲ ସଂଘ ସ୍ପଷ୍ଟ ଭାବରେ କହିଛି । ନଚେତ ଓକିଲ ସଂଘ ଯେକୌଣସି ସ୍ତର ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସତର୍କ କରିଛି ।

ଶକ୍ତି ବିଭାଗକୁ  ଆର୍ଥିକ କ୍ଷତିରୁ ବଚାଂଇବ ଏବଂ ବିଦ୍ୟୁତ ଶକ୍ତିର ଅପବ୍ୟବହାର ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ପ୍ରି-ପେଡ ସ୍ମାର୍ଟ ମିଟର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେହି ଅନୁସାରେ ରାଜ୍ୟ ସରକାର ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରିଛନ୍ତି । ପଶ୍ଚିମାଚଂଳ ଏକତା ମଂଚ ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ  ସ୍ୱାଗତ କରିଛି । ତେବେ ରାଜ୍ୟ ବିଦ୍ୟୁତ ଉତ୍ପାଦନରେ ବଳକା ରାଜ୍ୟ ହୋଇଥିବା ବେଳେ ଅନ୍ୟ ରାଜ୍ୟ ତୁଳନାରେ ବିଦ୍ୟୁତ ଦର ଢ଼େର ଅଧିକ ବୋଲି ଯୁକ୍ତି ଦର୍ଶାଇଛି । ବିଭାଗୀୟ ଅଧିକାରୀ ମନମୁଖୀ କାର୍ଯ୍ୟ ଓ ପରିଚାଳନାଗତ ତୃଟୀ ଯୋଗୁଁ ଶକ୍ତି ବିଭାଗ କ୍ଷତି ସହୁଛି । ସରକାର ସେଥିପ୍ରତି ଦୃଷ୍ଟି ନଦେଇ ଗରୀବ ସାଧାରଣ ଲୋକଙ୍କ ଉପରେ ଦାଉ ସାଧି କ୍ଷତିଭରଣା କରିବା ପାଇଁ ପ୍ରୟାସ କରୁଛନ୍ତି । ରାଜ୍ୟରେ ବିଦ୍ୟୁତ ଉତ୍ପାଦନରେ ପଶ୍ଚିମ ଓଡ଼ିଶାରେ ଅବଦାନ ସର୍ବଗ୍ରେ । ହୀରାକୁଦ ଜଳ ବିଦ୍ୟୁତ ଉତ୍ପାଦନ, ତାପଜ ବିଦ୍ୟୁତ ଉତ୍ପାଦନ ଏହି ଅଚଂଳରେ ହେଉଛି । ମାତ୍ର ଏଠାରେ ବିକାଶ ପ୍ରସଙ୍ଗ ଅବହେଳିତ, ଧୂଳି, ଧୁଆଁ ପ୍ରଦ୍ୟୁଷଣ ଓ ଗରମ ପଶ୍ଚିମ ଓଡ଼ିଶାବାସୀ ହେବେ, ଅନ୍ୟ ପଟରେ ବିଦ୍ୟୁତ କାଟ ଓ ଲୋ-ଭୋଲଟେଜ ମଧ୍ୟ ଏଠାରେ ଆରମ୍ଭ କରିବା ବୈଷମ୍ୟର ଚରମ ନିଦଶିକ ବୋଲି ମଚଂ ଅଭିଯୋଗ କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଛି । ରାଜ୍ୟରେ ୩୦ଟି ଯାଙ୍କ  ଜିଲ୍ଲାରେ ବ୍ୟବସାୟିକ ଅନୁଷ୍ଠାନରୁ ତଥା ମନ୍ତ୍ରୀ, ବିଧାୟକ ଓ ଅଧିକାରୀମାନଙ୍କ ଘରୁ ଆରମ୍ଭ କରିବା ପାଇଁ ମଂଚ ଦାବୀ କରିଛି ।

ରାଜ୍ୟରେ ବିଭିନ୍ନ ଶିଳ୍ପ ସଂସ୍ଥା ଓ ବ୍ୟବସାୟକ ଅନୁଷ୍ଠାନ ଉପରେ ବକେୟା ଥିବା କୋଟି କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ଆରମ୍ଭ କରି ୪ଟି ଭରଣା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରେ ମଚଂ ଦାବୀ କରିଛି ।

ଠିକ ସେହିପରି ଜିଲ୍ଲା ସକିଲ ସଂଘ ରାଜ୍ୟ ସରକାରଙ୍କର ପ୍ରି-ପେଡ ମିଟର ନିଷ୍ପତିକୁ ସ୍ୱାଗତ କରି ଶକ୍ତିମନ୍ତ୍ରୀ ପ୍ରଥମେ  ନିଜସ୍ୱ ନିର୍ବାଚନ ମଣ୍ଡଳୀ ଓ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଯୋଜନା ଆରମ୍ଭ କରିବା ପାଇଁ ଦାବୀ କରିଛି । ଆଜି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି ଯେ, ଶକ୍ତିମନ୍ତ୍ରୀ ସମ୍ବଲପୁରରେ ବିଦ୍ୟୁତ ଚୋରୀ ଅଧିକ ବୋଲି ଯାହା କହିଛନ୍ତି, ପ୍ରଥମେ କ୍ଷମା ମାଗିବା ଆବଶ୍ୟକ । ଏହି ମନ୍ତବ୍ୟକୁ ଓକିଲ ସଂଘ ନିନ୍ଦା କରିଛି । ହୀରାକୁଦ ନଦୀ ଜଳ ନିର୍ମାଣ ଓ ପରବର୍ତୀ କାଳରେ ଅନେକ ପ୍ରଦ୍ୟୁଷଣ କାରୀ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ପାଇଁ ସମ୍ବଲପୁର ତ୍ୟାଗ କରିବା ସହ ଅପୂରଣୀୟ କ୍ଷତି ସହିଛି । ଶକ୍ତିମନ୍ତ୍ରୀ ସାହସ ପ୍ରଦର୍ଶନ କରି ନିଜର ନିର୍ବାଚନ ମଣ୍ଡଳୀ ସ ଅନ୍ୟ ୨ଟି ଜିଲ୍ଲାରେ ପ୍ରଥମେ ଆରମ୍ଭ କରନ୍ତୁ । ଯଦି ରାଜ୍ୟ ସରକାର ଏହା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବେ ତେବେ ଆନ୍ଦୋଳନର ଯେକୌଣସି ସ୍ତର ପର୍ଯ୍ୟନ୍ତ ଓକିଲ ସଂଘ ଅଗ୍ରସର ହେବେ ବୋଲି ସତର୍କ କରାଇ ଦେଇଛନ୍ତି ।

Comments are closed.