OnaKhabar

ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି କି ଆପଣାନ୍ତୁ ଏହି ଉପାୟ…..

1,332

ଭୁବନେଶ୍ୱର: ଆୟ ଠାରୁ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ ଆପଣାନ୍ତୁ ଏହି ଉପାୟ..
୧. ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀ କୁବେରଙ୍କ ପ୍ରତୀକ। ତେଣୁ ଏହାକୁ ସଠିକ୍‌ ଦିଗରେ ରଖନ୍ତୁ । ଏହାକୁ ଉତ୍ତର ଦିଗରେ ରଖିଲେ ଶୁଭ ହୋଇଥାଏ । ଆହୁରି ମଧ୍ୟ ଆଲମାରୀ ସାମ୍ନାରେ ବାଥ୍‌ରୁମ୍‌ କିମ୍ୱା ଅଳିଆ ଆବର୍ଜନା ରଖନ୍ତୁ ନାହିଁ ।
୨. ବାସ୍ତୁରେ ଏହା ମଧ୍ୟ କୁହାଯାଇଛି ଯେ ଆଲମାରୀ କେବେ ଖାଲି ରଖନ୍ତୁ ନାହିଁ, ଏଥିରେ କିଛି ନା କିଛି ଟଙ୍କା ନିଶ୍ଚୟ ରଖନ୍ତୁ । ଏହା ବ୍ୟତୀତ ଆଲମାରୀରେ ଏକ ଦର୍ପଣ ଲଗାନ୍ତୁ । ଯେପରି ଆଲମାରୀ ଖୋଲିବା ଏବଂ ବନ୍ଦ କରିବା ସମୟରେ ଆପଣଙ୍କ ମୁହଁ ଦେଖା ଯାଉଥିବ । ଏହା ଦ୍ୱାରା ଆର୍ଥିକ ଲାଭ ମିଳିଥାଏ । ଆଲମାରୀ ଉପରେ କୌଣସି ପ୍ରକାର ଭାରି ଜିନିଷ ରଖନ୍ତୁ ନାହିଁ । ଏପରି କଲେ ଧନହାନି ହୋଇଥାଏ ।
୩. ଧନ୍‌ତେରସ୍‌ ଦିନ ଆଲମାରୀରକୁ ପୂଜା କରନ୍ତୁ । ଏହି ଦିନ ମା’ ଲକ୍ଷ୍ମୀ ଓ କୁବେରଙ୍କର ପୂଜା କରନ୍ତୁ ଓ ପ୍ରାର୍ଥନା କରନ୍ତୁ ଯେମିତି କେବଳ ସଠିକ୍‌ ବାଟରେ ଆପଣଙ୍କ ଧନ ଖର୍ଚ୍ଚ ହେବ ।
୪. ଆଲମାରୀକୁ କେବେ ହେଲେ ଅସନା ହାତରେ ଛୁଅନ୍ତୁ ନାହିଁ । ଟଙ୍କା ରଖିବା ଓ ବାହାର କରିବା ସମୟରେ ହାତକୁ ସଫା ରଖନ୍ତୁ । ଏଥିପ୍ରତି ଧ୍ୟାନ ଦିଅନ୍ତୁ ।