OnaKhabar

ହୀରାକୁଦରେ ଖୋଲିଲା ଆଉ ୭ଟି ଗେଟ୍

128

ସମ୍ବଲପୁର: ଆଜି ପୁଣି ହୀରାକୁଦ ଡ୍ୟାମ୍‌ର ଆଉ ୭ଟି ଗେଟ୍ ଖୋଲାଯାଇଛି । ରବିବାର ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ଆଉ ୭ଟି ଗେଟ୍ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ଜଳସ୍ତର ୬୨୦. ୮୭ ମିଟର ରହିଛି | ମହାନଦୀର ଉପମୁଣ୍ଡରେ ବର୍ଷାର ପରିମାଣ ବଢିଥିବାରୁ ଇବ୍ ନଦୀରେ ବର୍ଷା ପାଣି ଆସି ହୀରାକୁଦ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି । ଆଜି ସକାଳ ସାଢ଼େ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୭୫ ହଜାର କ୍ୟୁସେକ୍ ଜଳ ପ୍ରବେଶ କରିଛି । ସେହିପରି ଏଠାରୁ ୨ ଲକ୍ଷ ୩୭ ହଜାର ୯୧୦ ଘନଫୁଟ୍ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି । ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ଖୋଲିବା ପରେ କଟକ ମୁଣ୍ଡଳିରେ ସର୍ବାଧିକ ୪ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସନ ହେବ ବୋଲି ଡ୍ୟାମ୍‌ କର୍ତ୍ତୃପକ୍ଷ କହିଛନ୍ତି ।

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୨ଟି ଗେଟ୍