OnaKhabar

ଫୁଲତୋଳା ହେଲା କାଳ : ନଈରେ ବୁଡ଼ି ଜୀବନ ଗଲା ଦୁଇ ଭଉଣୀଙ୍କର

4,244

ସାଲେପୁର: ଖୁଦୁରୁକୁଣୀ ଓଷାର ପ୍ରଥମ ପାଳିରେ ଏକ ଦୁଖଃଦ ଘଟଣା ଘଟିଯାଇଛି । ଫୁଲ ତୋଲିବାକୁ ଯାଇ ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା କିଶନନଗର ଥାନା ବାବୁଜଙ୍ଗ ପଚାଂୟତ ସଫିପୁର ଗାଁରେ । ମୃତକଦ୍ୱୟ ହେଲେ ସୁଜାତା ଦାସ ଏବଂ ସୁମନ ଦାସ । ଏ ଦୁହେଁ ଦାଦା ଓ ବଡ଼ବାପା ଝିଅ ଭଉଣୀ ବୋଲି ଜଣା ପଡ଼ିଛି । ତେବେ ସେମାନଙ୍କର ଅନ୍ୟ ଜଣେ ଭଉଣୀ ସୁନୀତା ଅଳ୍ପେକେ ବର୍ତି ଯାଇଛନ୍ତି ।
ସୂଚନା ଅନୁଯାୟୀ , ଆଜି ସକାଳେ ଏହି ତିନିଜଣ ସମ୍ପର୍କୀୟ ଭଉଣୀ ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇଥିଲେ । ତେବେ ଶୁକୁପାଇକା ନଈରେ ଏମାନଙ୍କର ଗୋଡ଼ ଖସି ଯାଇଥିଲା । ଫଳରେ ତିନିଜଣଙ୍କ ନଈରେ ଭାସି ଯାଇଥିଲେ । ଏମାନଙ୍କ ଭିତରୁ ଗୋଟିଏ ଭଉଣୀ ସୁନୀତା ନିଜଙ୍କୁ ବଚାଂଇବାକୁ ବହୁ ଚେଷ୍ଟା କରି ସଫଳ ହୋଇଛନ୍ତି । ସେ ଆସି ଖବର ଦେବା ପରେ ଗାଁ ଲୋକେ ଯାଇ ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ସୁଜାତା ଓ ସୁମନଙ୍କୁ ଗାଁ ଲୋକେ ଉଦ୍ଧାର କରି ଜଗତସିଂପୁର ଜିଲ୍ଲା ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ସେତେବେଳକୁ ବହୁ ଡ଼େରି ହୋଇଯାଇଥିଲା ଡାକ୍ତରଖାନାରେ ପହଁଚିଂବା ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସେଠାରେ ଶବ ବ୍ୟବଚ୍ଛେଦ ପାଇଁ ସୁବିଧା ନଥିବାରୁ ଦୁଇ ଭଉଣୀଙ୍କର ମୃତ ଦେହ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ସକାଳୁ ସକାଳୁ ଆଜି ଏହି ଘଟଣା ଘଟି ଥିବାରୁ ସଫିପୁର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଯାଇଛି । ଖୁଦୁରୁକୁଣୀ ଓଷା କରିଥିବା ପିଲାମାନଙ୍କ ପାଇଁ ଶୋକରଛାୟା ଖେଳିଯାଇଛି ।

Comments are closed.