OnaKhabar

ରବିବାରରେ ଘରେ ପ୍ରସ୍ତୁତ କରନ୍ତୁ ପୋହଳା ବେସର…

1,513

ଆବଶ୍ୟକ ସାମଗ୍ରୀ: ପୋହଳା ମାଛ, ଟମାଟୋ, ପିଆଜ, କଞ୍ଚା ଲଙ୍କା, ଧନିଆପତ୍ର, ଶୁଖିଲା ଆମ୍ବୁଲ, ଧନିଆ ପାଉଡର, ସୋରିଷ ପେଷ୍ଟ୍‌, ପଞ୍ଚ ଫୁଟଣ, ଲଙ୍କା ଗୁଣ୍ଡ, ସୋରିଷ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଗ୍ୟାସ୍‌ ଉପରେ ତାଓ୍ଵା ବସାଇ ତେଲ ଗରମ କରି ମାଛକୁ ଭାଜି ଦିଅନ୍ତୁ ।
ଏବେ ଏକ କଡ଼େଇରେ ତେଲ ଗରମ କରି ପଞ୍ଚ ଫୁଟଣ, କଞ୍ଚା ଲଙ୍କା ଓ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ । ପିଆଜ ଲାଲ ହୋଇ ଆସିଲେ କଟା ଟମାଟୋ ପକାଇ ଭାଜନ୍ତୁ। ଟମାଟୋ ନରମ ହୋଇଗଲା ପରେ ଏଥିରେ ସୋରିଷ ପେଷ୍ଟ୍‌, ହଳଦୀ ପାଉଡର, ଲଙ୍କାଗୁଣ୍ଡ ଓ ଧନିଆ ପାଉଡର ପକାଇ ଗୋଳାଇ ଦିଅନ୍ତୁ । ଏହା ପରେ ଏଥିରେ ପାଣି ଦେଇ ଦିଅନ୍ତୁ । ତା’ପରେ ଆମ୍ବୁଲ ଓ ପୂର୍ବରୁ ଭଜା ହୋଇ ରଖାଯାଇଥିବା ମାଛକୁ ପକାଇ ଲୁଣ ଦିଅନ୍ତୁ। ଏବେ ଏହାକୁ ଘୋଡ଼ାଇ ଦିଅନ୍ତୁ । ଝୋଳ ବହଳିଆ ହୋଇ ଆସିଲେ ଧନିଆପତ୍ର ପକାଇ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପୋହଳା ବେସର ।
ଆପଣ ଝୋଳ କେତେ ରଖିବେ, ସେହି ଅନୁସାରେ ମସଲା ଓ ପାଣି ଦିଅନ୍ତୁ । କାରଣ ଜଣେ ଜଣେ ଭାତରେ ମାଛର ଝୋଳ ଖାଇବାକୁ ଭଲ ପାଆନ୍ତି। ସେହିଭଳି ଆପଣ ଚାହିଁଲେ ଏଥିରେ ଆଳୁ ବି ପକାଇ ପାରିବେ ।

 

Comments are closed.