OnaKhabar

ବାହାଘରରେ ଆତ୍ମଘାତୀ ବିସ୍ଫୋରଣ,୬୩ ମୃତ, ୧୦୦ ଜଣ ଗୁରୁତର

538

କାବୁଲ: ଶନିବାର ବିଳମ୍ବିତ ରାତିରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବାହାଘର ଚାଲିଥିବା ବେଳେ ବିସ୍ଫୋରଣ ଘଟିବାରୁ ୬୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥବା ବେଳେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା ବୋଲି ଆଫଗାନିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଉଛି ।
ସୂଚନା ଅନୁଯାୟୀ, ଆଭ୍ୟନ୍ତରୀଣ ବ୍ୟାପର ମନ୍ତଣାଳୟର ମୁଖପାତ୍ର କହିଛନ୍ତି ଯେ , ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶନିବାର ଶାହର-ଇ-ଦୁବାଇ ନାମକ ଏକ ମଣ୍ଡପରେ ବାହାଘର ଚାଲିଥିଲା । ବହୁତ ଲୋକଙ୍କ ଭିଡ଼ ମଧ୍ୟ ଥିଲା । ସଙ୍ଗୀତ ପରିବେଷଣ ପାଇଁ କରାଯାଇଥିବା ଷ୍ଟେଜ ନିକଟରେ ଏହି ବିସ୍ଫୋରଣ ହୋଇଥିଲା ।
ବିସ୍ଫୋରଣ ପରେ ଲୋକେ ଭୟରେ ଏଣେ ତେଣେ ଦୌଡ଼ି ପଳାଇଥିଲେ । ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି । ଆଫଗାନିସ୍ତାନର ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସମ୍ପୃକ୍ତ ଅଚଂଳରେ ନିରାପତା ବ୍ୟବସ୍ଥା କଠୋର କରାଯାଇଛି ।
ସୂଚନାଯୋଗ୍ୟ,୧୦ ଦିନ ତଳେ ମଧ୍ୟ କାବୁଲରେ ଏକ ବିସ୍ଫୋରଣ ହୋଇଥିଲା । ଏଥିରେ ୯୫ଜଣ ଆହତ ହୋଇଥିଲେ । ଏକ କାରରେ ଏହି ବିସ୍ଫୋରଣ କରାଯାଥିଲା ।

Comments are closed.