OnaKhabar

ରାସ୍ତାକଡରେ ମିଳୁଥିବା ମକା ଠାରୁ ରୁହନ୍ତୁ ଦୂରରେ…

3,469

ଭୁବନେଶ୍ୱର: ମକା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । ବିଶେଷ କରି ମିଠା ମକାର ଚାହିଦା ଅଧିକ । ଖାସ କରି ବର୍ଷାଦିନେ ଲୋକମାନେ ବାହାରକୁ ଗଲେ ମକା ଖାଇବାର ମଜା ନେଇଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ! ଏହା ପାଟିକୁ ସ୍ୱାଦିଷ୍ଟ ଲାଗୁଥିଲେ ମଧ୍ୟ ବର୍ଷାଦିନେ ଏହାକୁ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
ଆସନ୍ତୁ ଜାଣିବା ସେ ବିଷୟରେ…
* ରାସ୍ତାକଡ଼ରେ ମିଳୁଥିବା ମକାରେ ମାଛି ବସୁଥିବାରୁ ସେଥିରେ ବିଭିନ୍ନ ବ୍ୟାକ୍ଟେରିଆ ରହିଯାଇଥାଏ । ଯଦି ଆପଣ ସେହି ବ୍ୟାକ୍ଟେରିଆ ବସିଥିବା ମକାକୁ ଖାଉଛନ୍ତି ତେବେ ଆପଣଙ୍କ ଶରୀରରେ ଅନେକ ରୋଗ ସୃଷ୍ଟି ହେବାର ଆଶଙ୍କା ବଢ଼ି ଯାଇଥାଏ ।
* ବର୍ଷାଦିନେ ମକାର ବିକ୍ରି ଅଧିକ ହୋଇଥିବାରୁ ମକା ବିକାଳି ମକାକୁ ଭଲ ଭାବରେ ସଫା କରିବାକୁ ସମୟ ପାଆନ୍ତି ନାହିଁ । ଏହା ସହ ମକାକୁ ସେ ବିକିବା ପାଇଁ ଯେଉଁ ପାତ୍ରର ବ୍ୟବହାର କରାଯାଏ ତାହା କୋଇଲାରେ ଘୋଡ଼ା ଯାଇଥିବାରୁ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ ।
* ମକା ଉପରେ ଲେମ୍ବୁର ରସ ଏବଂ ମସଲା ପକାଇବା ପରେ ଏହାର ସ୍ୱାଦ ବଢ଼ି ଯାଇଥାଏ । କିନ୍ତୁ ବ୍ୟବହାର କରାଯାଉଥିବା କଟା ଲେମ୍ବୁ ସେଭଳି ଭାବରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡ଼ି ରହିଥାଏ । ଯାହାକୁ ମକାରେ ଚିପୁଡ଼ି ଖାଇଲେ ରୋଗ ସୃଷ୍ଟି ହୋଇଥାଏ ।

Comments are closed.