OnaKhabar

ହତ୍ୟା ଓ ଅପହରଣ ଧମକ ଦେଇ ୪ ଅଭିଯୁକ୍ତ ଗିରଫ

76

ନବରଙ୍ଗପୁର: ଆଜି ରାଜ୍ୟରେ ଏକ ଅଦ୍ଭୁତ ଘଟଣା ଘଟିଥିବାର ସୂଚନା ମିଳିଛି । ଜଣେ ଓକିଲଙ୍କୁ ହତ୍ୟା ଓ ଅପହରଣ ଧମକ ଦେଇ ୪ ଅଭିଯୁକ୍ତ ଟଙ୍କା ଆଦାୟ ଅଭିଯୋଗରେ ଗିରଫ ହୋଇଛନ୍ତି ।
ସୂଚନାନୁଯାୟୀ, ଗତ ୪ ତାରିଖ ଦିନ ଓକିଲଙ୍କ ବାଇକକୁ ତାଙ୍କ ଜମି ନିକଟରୁ କେହି ଚୋରି କରି ନେଇଥିଲେ । ପରେ ଶିବୁ ନାମକ ଯୁବକ ଫୋନ କରି ସିନ୍ଧିଗୁଡ଼ା ସ୍ଥିତ ଆମ୍ବ ତୋଟାରୁ ବାଇକ ନେଇଯିବା ପାଇଁ କହିଥିଲେ । ଓକିଲ ଜଣଙ୍କ ବାଇକ ଆଣିବା ପାଇଁ ସେହି ସ୍ଥାନକୁ ଗଲା ପରେ ସେଠାରେ ଶିବୁ ସହ ୨ଜଣ ଯୁବକ ଥିଲେ । ସେମାନେ ଓକିଲଙ୍କୁ ବନ୍ଧୁକ ଦେଖାଇ ୩ଲକ୍ଷ ଟଙ୍କା ଦାବି କରିଥିଲେ । ଯଦି ଏ ସମ୍ବନ୍ଧରେ ପୁଲିସରେ ସୁଚନା ଦେଲେ ତାଙ୍କୁ ଅପହରଣ କରି ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦେଇଥିଲେ ।
ବାରମ୍ବାର ଫୋନ କରି ଭୟଭିତ କରି ଟଙ୍କା ମାଗିବାରୁ ଓକିଲ ଜଣଙ୍କ ଯୋଗାଡ଼ କରି ୧ଲକ୍ଷ ୯ହଜାର ଟଙ୍କା ଦେଇଥିଲେ । ପରେ ଏନେଇ ନବରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଶିବୁ ସହ ଅନ୍ୟ ୩ଜଣ ସହଯୋଗୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ସହ ୧ଲକ୍ଷ ଟଙ୍କା ସହ ଦୁଇଟି ମୋଟର ସାଇକେଲ ଓ ଦୁଇଟି ମୋବାଇଲ ଜବତ ହୋଇଛି ।

Comments are closed.