OnaKhabar

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୨ଟି ଗେଟ୍

139

ସମ୍ୱଲପୁର: ଶନିବାର ବର୍ଷା ପରିମାଣ କମିଥିବାରରୁ 5 ଟି ଗେଟ ବନ୍ଦ କରାଯାଇଥିଲା | ତେବେ ରାତିରେ ପୁଣି ର୍ଷାର ବଢିବାରୁ ଆଜି ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲିଥିବାର ସୂଚନା ମିଳିଛି | ମାନେ ବର୍ତ୍ତମାନ ୭ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ବାମ ପାର୍ଶ୍ୱରେ ୫ ଓ ଦକ୍ଷିଣ ପାର୍ଶ୍ୱରେ ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ପୂର୍ବରୁ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା । ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୦ ଦଶମିକ ୨୭ ଫୁଟ ରହିଛି । ହୀରାକୁଦ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି ଏକ ଲକ୍ଷ ୫୧ ହଜାର ୨୫୫ ଘନଫୁଟ ଜଳ ପ୍ରବେଶ କରୁଛି । ସେହିପରି ୯୬ ହଜାର ୨୩ ଘନଫୁଟ ଜଳ ନିଷ୍କାସନ ହେଉଛି ।

ହାରୀକୁଦରେ ୫ଟି ଗେଟ୍‌ ହେଲା ବନ୍ଦ