OnaKhabar

ପୁଣି ପାକିସ୍ତାନ କଲା ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ସହିଦ

859

ଶ୍ରୀନଗର: ଆଜି ପୁଣି ପାକିସ୍ତାନ ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାର ନୌଶେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ସହିଦ ଜଣଙ୍କ ହେଉଛନ୍ତି ଉତ୍ତରାଖଣ୍ଡର ଡେରାଡୁନ ୩୫ ବର୍ଷୀୟ ସନ୍ଦୀପ ଥପ୍ପା । ସେ ୧୫ ବର୍ଷ ତଳେ ଇଣ୍ଡିଆନ୍ ଆର୍ମିରେ ଯୋଗ ଦେଇଥିଲେ । ତାଙ୍କ ଘର ବୋଲି ଜଣାପଡ଼ିଛି । ସେ ଗୁଳି ବାଜି ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ସକାଳ ସାଢ଼େ ୬ଟା ବେଳେ ସୀମାରେ ପାକିସ୍ତାନ ପଟୁ ପ୍ରବଳ ଗୁଳିମାଡ଼ ହୋଇଥିଲା। ଯାହାର ଦୃଢ଼ ଜବାବ ଦେଇଛି ଭାରତ ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ଅନେକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି। ଅଗଷ୍ଟ ୧୫ରେ ଭାରତୀୟ ସେନା ପାକିସ୍ତାନର ୩ ଯବାନଙ୍କ ମୁଣ୍ଡ ଗଡ଼ାଇଥିଲେ । ଏହା ପୂର୍ବରୁ ୫ରୁ ୭ ସୀମା ଅନୁପ୍ରବେଶକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାରତୀୟ ଯବାନ । ଶେଷରେ ମୃତ ଅନୁପ୍ରବେଶକାରୀଙ୍କ ଶବ ମଧ୍ୟ ପାକିସ୍ତାନ ନେଇନଥିଲା ।

ଅପହରଣ ପରେ ଯୁବକଙ୍କୁ ହତ୍ୟା କରି ଫିଙ୍ଗିଲେ ଦୃର୍ବୁତ୍ତ