OnaKhabar

ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

571

ନୂଆଦିଲ୍ଲୀ: ଶନିବାର କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ପ୍ରମୋଦ ହେଉଛନ୍ତି ପାରା ବ୍ୟାଡମିଣ୍ଟନ ଖେଳାଳି । ସେହିପରି କ୍ରିକେଟର ରବିନ୍ଦ୍ର ଜାଡ଼େଜାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ । ରା ଆଥଲେଟ୍ ଦୀପା ମଲିକ ଓ ରେସଲର ବଜରଙ୍ଗ ପୁନିଆଙ୍କୁ ଦେଶର କ୍ରୀଡ଼ାରେ ସବୁଠୁ ବଡ଼ ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନରେ ସମ୍ମାନିତ କରାଯିବ ।
ସୂଚନାନୁଯାୟୀ,ପ୍ରମୋଦ ଭଗତ ଓଡ଼ିଶାର ବରଗଡ଼ ଜିଲ୍ଲାର ଅତାବିରାର । ସେ ୨୦୧୮ ଇଣ୍ଡୋନେସିଆରେ ଅନୁଷ୍ଠିତ ଏସୀୟ ପାରା ଗେମ୍ସର ବ୍ୟାଡମିଣ୍ଟନ ଏକକ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଥିଲେ । ୩୧ ବର୍ଷୀୟ ପ୍ରମୋଦ ୨୦୧୭ରେ ଉଲସାନ କୋରିଆର ବିଡବ୍ଲ୍ୟୁଏଫ ବିଶ୍ଵ ପାରା ଚମ୍ପିଆନସିପରେ କାଂସ୍ୟ ପଦକ ଜିତିଥିଲେ । ଏହି ପରି ୨୦୧୬ ବେଜିଂରେ ଆୟୋଜିତ ବିଡବ୍ଲ୍ୟୁଏଫ ଏସିଆନ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପର ଏକକ ଓ ଯୁଗଳ ବର୍ଗରେ କାଂସ୍ୟ ପଦକ ଜିତିଥିଲେ । ଏହା ପୂର୍ବରୁ ୨୦୧୫ ଇଂଲଣ୍ଡ ବିଡବ୍ଲ୍ୟୁଏଫ ବିଶ୍ଵ ପାରା ଚମ୍ପିଆନସିପରେ ଏକକ ବର୍ଗରେ ରୌପ୍ୟ ଓ ଯୁଗଳ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଥିଲେ । ଏହା ସହିତ ସେ ଅନେକ ଟୂର୍ଣ୍ଣାମେଣ୍ଟରେ ପଦକ ଜିତିବାରେ ସଫଳ ହୋଇଛନ୍ତି ।
ପାରା ଆଥଲେଟ୍ ଦୀପା ମଲିକ ଓ ରେସଲର ବଜରଙ୍ଗ ପୁନିଆଙ୍କୁ ଦେଶର କ୍ରୀଡ଼ାରେ ସବୁଠୁ ବଡ଼ ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନରେ ସମ୍ମାନିତ ହେବେ। ଦୀପା ମଲିକ ୨୦୧୬ରେ ରିୟୋ ଡି ଜେନେରିଅ ପାରା ଅଲିମ୍ପିକରେ ସଟ୍ ଫୁଟରେ ରୌପ୍ୟ ପଦକ ଜିତିଥିଲେ । ଏହା ବ୍ୟତୀତ ସେ ଏସୀୟ କ୍ରୀଡ଼ାରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ। ବଜରଙ୍ଗ ଗତ ବର୍ଷ ଜାକାର୍ତ୍ତା ଏସୀୟ କ୍ରୀଡ଼ାରେ ୬୫ କିଗ୍ରା ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଥିଲେ । ସେ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଏହି ବର୍ଗରେ ପ୍ରଥମ ସ୍ଥାନରେ ରହିଥିଲେ । ସେ ବିଶ୍ଵଚମ୍ପିଆନସିପରେ ଦୁଇ ଥର ପଦକ ଜିତିଛନ୍ତି ଏବଂ ଆସନ୍ତାବର୍ଷ ଟୋକିଓ ଅଲିମ୍ପିକରେ ଭାରତ ପାଇଁ ପଦକ ଜିତିବାରେ ପ୍ରବଳ ଦାବିଦାରରେ ସାମିଲ । ଅର୍ଜୁନ ପୁରସ୍କାର ପାଇଁ କ୍ରିକେଟର ରବିନ୍ଦ୍ର ଜାଡ଼େଜା, ମହିଳା କ୍ରିକେଟର ପୁନପ ଯାଦବ, ଆଥଲେଟ୍ ତେଜିନ୍ଦର ପାଲ ସିଂହ ତୁର ଓ ମହମ୍ମଦ ୟାହିଆଙ୍କ ସମେତ ୧୯ ଅନ୍ୟ ଖେଳାଳିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ ।

Comments are closed.