OnaKhabar

କଠୋର ହେଲେ ମୁଖ୍ୟମନ୍ତ୍ରୀ: ୧୫ଜଣଙ୍କ ଚାକିରି ବରଖାସ୍ତ, ୨ ଜଣଙ୍କ ପେନସନ ବନ୍ଦ

2,279

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରିବାକୁ ନିୟମିତ ଭାବେ ନିର୍ଦ୍ଦେଶ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନୀତି ଅନୁଯାୟୀ ରାଜ୍ୟ ସରକାର ୧୫ ଜଣ ଅଧିକାରୀଙ୍କୁ ଚାକିରି ବରଖାସ୍ତ କରିବା ସହିତ ୨ ଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ସମ୍ପୂଣ୍ଣ ଭାବେ ବନ୍ଦ କରିଦେଇଛନ୍ତି । ଏହି ସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବାସ୍ତ୍ୟ ହୋଇଛନ୍ତି । ବରଖାସ୍ତ ହୋଇଥିବା ଅଧିକାରୀ ମାନେ ହେଲେ ବାଣିଜ୍ୟ ଓ ପରିବହନ ବିଭାଗର ବୌଦ୍ଧ ଜିଲ୍ଲା ଦେବୀ ପ୍ରସାଦ ପାଢୀ, ସମବାୟ ବିଭାଗର ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସମବାୟ ସମିତିର ଦେବଦତ୍ତ ଦାଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉମରକୋଟ ମୁନିସପାଲଟିର କାଳୀପ୍ରସାଦ ସିଂହ, ପଞ୍ଚାୟତିରାଜ ବିିଭାଗର ଭଦ୍ରକ ଧାମନଗରର ତହସିଲର ବଟକୃଷ୍ଣ ବାରିକ, ପଞ୍ଚାୟତିରାଜ ବିଭାଗର କଳାହାଣ୍ଡି ଏମ. ରାମପୁର ବ୍ଲକର କୃଷ୍ଣ ମୋହନ ଦାସ, ପଞ୍ଚାୟତିରାଜ ବିଭାଗର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଅଶୋକ କୁମାର ଶାହା, ପଞ୍ଚାୟତିରାଜ ବିଭାଗର କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ପଦ୍ମମୁଖ ଶବର, ପଞ୍ଚାୟତିରାଜ ବିଭାଗର ବୌଦ୍ଧ ଜିଲ୍ଲା ମୁଷୁଣ୍ଡଗ୍ରାମ ପଞ୍ଚାୟତର କିଶୋର ଚନ୍ଦ୍ର ପ୍ରଧାନ, ଜଳସମ୍ପଦ ବିଭାଗର ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ବିଜୟ କୁମାର ସାହୁ, ଜଳ ସମ୍ପଦ ବିଭାଗର ଭବାନୀପାଟଣାର କରୁଣାକର ପଣ୍ଡା, ଜଳସମ୍ପଦ ବିଭାଗର ମୟୁରଭଞ୍ଜ ଜିଲ୍ଲା କୁଳିଆଣି ବ୍ଲକର ମଙ୍ଗଳ ସିଂ ମୁଣ୍ଡା, ଜଳସମ୍ପଦର କୁଳିଆଣା ବ୍ଲକର ବୈଦନାଥ ମାଝୀ, ଜଳସମ୍ପଦର ମୟୂରଭଞ୍ଜ ସରକଣା ବ୍ଲକ ପ୍ରତାପ ଚନ୍ଦ୍ର ରାଉତ, ଜଳସମ୍ପଦ ବିଭାଗର କଳାହାଣ୍ଡି ଥୁଆମୂଳ-ରାମପୁର ନିଗମା ନନ୍ଦ ପଣ୍ଡା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିରଞ୍ଜନ ଲାଲ ।
ସେହିପରି ପେନସେନ ସୁବିଧା ବନ୍ଦ ହୋଇଥିବା ୨ ଜଣ ଅଧିକାରୀ ହେଲେ ଜଳସମ୍ପଦ ବିଭାଗର ଅଶ୍ୱିନୀ କୁମାର ଶର୍ମା ଓ ଜଳସମ୍ପଦ ବିଭାଗର କଳାହାଣ୍ଡି ଶଶାଙ୍କ ଶେଖର ପଟ୍ଟନାୟକ ।