OnaKhabar

ଗଗନ ଧଳଙ୍କ ଇସ୍ତଫା ଗ୍ରହଣ ନ କରି ନୂଆ ନିଯୁକ୍ତି ଦେଲେ ସରକାର

1,671

ଭୁବନେଶ୍ୱର: କୃଷି ଉତ୍ପାଦନ କମିଶନର ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗଗନ ଧଳ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି । ହେଲେ ତାଙ୍କ ଇସ୍ତଫାକୁ ସରକାର ଗ୍ରହଣ କରୁନଥିବା କୁହାଯାଉଛି । ଏଣୁ ତାଙ୍କୁ କୃଷି ଉତ୍ପାଦନ କମିଶନର ବଦଳରେ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ଶ୍ରୀ ଧଳ ସରକାରୀ କାର୍ଯ୍ୟଧାରା ଅସନ୍ତୋଷ ପ୍ରକାଶ କରି ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ । ସେ ଇସ୍ତାଫା ଜିଦରେ ଅଟଳ ରହିଥିଲେ । ଫଳରେ ତାଙ୍କ ସ୍ଥାନରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଥିବା ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତ କରାଯାଇଥିଲେ । କିନ୍ତୁ ସରକାର ଶ୍ରୀ ଧଳଙ୍କୁ ଅନ୍ୟତ୍ର ନିଯୁକ୍ତି ଦେଇନଥିବାରୁ ତାଙ୍କ ଇସ୍ତଫାକୁ ଗ୍ରହଣ କରିନେବା କଥା ସ୍ପଷ୍ଟ ହେଲା । ହେଲେ ଏବେ ଅସିତ ତ୍ରୀପାଠୀ ନୂଆ ମୁଖ୍ୟ ଶାସନ ସଚିବ ହେଲା ପରେ ବୋଧହୁଏ ଶ୍ରୀ ଧଳକୁ ବୁଝାସୁଝା କରାଯାଇପାରିଛି । ଶ୍ରୀ ଧଳ ଚଳିତ ବର୍ଷ ଡିସେମ୍ବରରେ ଅବସର ନେବେ । ଏଣୁ ତାଙ୍କୁ କାର୍ଯ୍ୟ କରିବା ପାଇଁ ପ୍ରବତ୍ତା ଯିବା ପରେ ବୋଧହୁଅ ସେ ସହମତି ପ୍ରକାଶ କରିଛନ୍ତି । ତାଙ୍କୁ ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଆଜି ନିଯୁକ୍ତି ଦିଆଯାଇଛି । ଏହି ପଦବୀକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟକୁ ଅପଗ୍ରେଡ କରାଯାଇଛି ।
ଏହାଛଡା ଆଜି ଅନ୍ୟ କେତେକ ବଦଳି ପ୍ରଶାସନିକ ସ୍ତରରେ କରାଯାଇଛି । ପ୍ରଦୀପ୍ତ ମହାପାତ୍ର କୃଷି ଉତ୍ପାଦନ କମିଶନର ସହ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ମଧ୍ୟ ତୁଲାଇବେ । ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉନ୍ନୟନ କମିଶନର ହେବା ପରେ ଜଙ୍ଗଲ ଓ ପରେବେଶ ବିଭାଗର ଅତିରିକ୍ତ ଦାୟିତ୍ୱ ମୋନା ଶର୍ମାଙ୍କୁ ଦିଆଯାଇଛି । ସୁରେଶ ମହାପାତ୍ର ଯୋଜନା ଓ ସଂଯୋଜନା ବିଭାଗର ଦାୟିତ୍ୱରେ ମଧ୍ୟ ରହିବେ ।
ମନୋଜ ମିଶ୍ରଙ୍କୁ ଇଟି ଓ ଆଇଟି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସୁଦର୍ଶନ ପାଲଠାକୁରଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗୋପବନ୍ଧୁ ଏକାଡେମୀ ସହ ଶ୍ରୀ ଠାକୁର କେବିକେ ଦାୟିତ୍ୱରେ ରହିବେ । ରୁଦ୍ର ନାରାୟଣ ପଲାଇଙ୍କୁ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି ।