OnaKhabar

ବିଦ୍ୟୁତ ତାର ଲାଗି ଦୁଇ ଯୁବକ ମୃତ

437

ବାଲେଶ୍ୱର: ରାଜ୍ୟରେ ପୁଣି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି । ବିଦ୍ୟୁତ କାମ ଚାଲିଥିବା ବେଳେ କରେଣ୍ଟ ଲାଗି ୨ ଯୁବକଙ୍କ ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି । ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ହିଡିଗାଁରେ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ବିଦ୍ୟୁତ କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଜଣେ ଗ୍ରାମବାସୀ ବୋଲି ଜଣାପଡିଛନ୍ତି । ତେବେ ଏପରି ମୃତ୍ୟୁ କିପରି ହେଲେ ଏବଂ ଗ୍ରାମବାସୀ ଜଣଙ୍କ ଏଥିରେ କିପରି ସମ୍ପୃକ୍ତ ହେଲେ ତାହାକୁ ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି ।

ଅପହରଣ ପରେ ଯୁବକଙ୍କୁ ହତ୍ୟା କରି ଫିଙ୍ଗିଲେ ଦୃର୍ବୁତ୍ତ

Comments are closed.