OnaKhabar

ମନ୍ତ୍ରୀଙ୍କ ବିଦେଶ ଆଶା ମଉଳିଲା

2,248

ଭୁବନେଶ୍ୱର (ଓଏନଏ): ବିଦେଶ ଯିବା ପାଇଁ ରାଜ୍ୟ ସରକାରଙ୍କ ଦୁଇମନ୍ତ୍ରୀ ଓ କିଛି ଓଏଏସ ଅଫିସର ବେଶ ଆଶାବାନ୍ଧି ବସିଥିଲେ । ହେଲେ ବିଦେଶ ଯିବାର ସ୍ୱପ୍ନ ସେମାନଙ୍କର ମଉଳିଗଲା । ବିଦେଶଗସ୍ତ ଯିବାର ତାଲିକା ଏତେ ଲମ୍ବା ହେଲା ଯେ, ଶେଷରେ ସରକାର ବାଧ୍ୟ ହୋଇ ୩ ଜଣ ଅଫିସରଙ୍କୁ ପଠାଇବା ପାଇଁ ନିଷ୍ପତ୍ତି ନେଲେ । ଆସନ୍ତା ୨୦ ତାରିଖରେ ବିଦେଶଗସ୍ତରେ ଯିବେ ଦୁଇ ଆଇଏଏସ ଓ ଜଣେ ବରିଷ୍ଠ ଅଧିକାରୀ । ଦକ୍ଷତା ବିକାଶ ନେଇ ଋଷରେ ହେଉଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଥମେ ଦକ୍ଷତା ବିକାଶ ଓ ବୈଶୟିକ ଶିକ୍ଷା ବିଭାଗ ପକ୍ଷରୁ କିଛି ଅଫିସରଙ୍କ ତାଲିକା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ଏଥିରେ ବିଭାଗର ୩ ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ନାମ ରହିଥିଲା । ପରେ ବିଦେଶ ଗସ୍ତ କଥା ଶୁଣି ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ । ପରେ ମନ୍ତ୍ରୀ ଓ ଉପଦେଷ୍ଟା ଥିବା ସୁବ୍ରତ ବାଗଚିଙ୍କ ନାମ ଯୋଡ଼ା ଯାଇଥିଲା । ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହେଉଥିବା ଜାଣି ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ ଓ ଅଫିସରମାନେ ଯିବା ପାଇଁ ପ୍ରସ୍ତାବ ପଠାଇଲେ । କାରଣ ପଞ୍ଚାୟତରାଜ ବିଭାଗ ବି ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରୁଛି । ବିଭାଗୀୟମନ୍ତ୍ରୀ ପ୍ରତାପ ଯେନା ଓ କେତେଜଣ ଅଫିିସରଙ୍କ ତାଲିକା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା । ଏହି ଖବର ପାଇ ନଗର ଉନ୍ନୟନ ବିଭାଗ ବି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ ଥିବାରୁ ସେହି ବିଭାଗର ଅଫିସରମାନେ ଯିବାକୁ ଚାହିଁଲେ । ତାଲିକା ଲମ୍ବି ୧୫ରେ ପହଂଚିଲା । କିନ୍ତୁ ୩ ଜଣ ଯିବା ପାଇଁ ପ୍ରସ୍ତାବ ଆସିଥିଲା । ଶେଷରେ ପରିସ୍ଥିତି ଏପରି ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସବୁ ପ୍ରସ୍ତାବକୁ ବାତିଲ କରିଦେଲା । ଏକକାଳୀନ ଏତେ ଜଣଙ୍କୁ ବିଦେଶ ପଠାଇ ଗଣମାଧ୍ୟମରେ ସମାଲୋଚନା ହେବ, ସରକାର ସମସ୍ୟାରେ ପଡ଼ିବାର ସମ୍ଭାବନା ମଧ୍ୟ ରହିବ । ଏଣୁ ସବୁକୁ ଦୃଷ୍ଟିରେ ରଖି ଶେଷରେ ସ୍ଥିର କରାଗଲା କେବଳ ଦକ୍ଷତା ଓ ବୈଷୟିକ ବିଭାଗର ସଚିିବ ସଂଜୟ ସିଂହ ଓ ପଂଚାୟତରାଜ ବିଭାଗର ସଚିିବ ବି.କେ. ସିଂହ ଯିବେ । ପଂଚାୟତରାଜର ଆଉଜଣେ ସଦସ୍ୟ ଯିବେ ।