OnaKhabar

ତୃତୀୟ ସ୍ଥାନରେ ନବୀନ

2,333

ଭୁବନେଶ୍ୱର: ଦେଶର ଲୋକେପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନ ତୃତୀୟରେ ରହିଛି । ସେ ପ୍ରଥମ ସ୍ଥାନରେ ପହଂଚି ପାରି ନାହାଁନ୍ତି । ଏକଦା ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପରିଚିତ ହୋଇଥିଲେ । ଉତ୍ତରପ୍ରଦେଶର ମୁଖ୍ୟମନ୍ତରୀ ଯୋଗୀ ଆଦିତ୍ୟନାଥ ନିର୍ବାଚିତ ହେବା ପରେ ଏଥର ସେ ଏକ ନମ୍ବର ଗାଦୀ ଦଖଲ କରିଛନ୍ତି । ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ ହୋଇଥିବା ମୁଡ ଅଫ୍ ନେସନ ସର୍ଭେରେ ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା ପ୍ରକାଶ ପାଇଛି । ଏଥିରେ ଦେଶର ସର୍ବାଧିକ ଲୋକପ୍ରିୟ ଏବଂ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ମୁଖୟମନ୍ତ୍ରୀଙ୍କ ଭିତରେ ଯୋଗୀ ଆଦିତ୍ୟ ନାଥ ହେଉଛନ୍ତି ଶୀର୍ଷ ରେ । ସେ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ପରିଚିତ ହୋଇଛନ୍ତି ।
ଏହି ସର୍ଭେରେ ଦର୍ଶା ଯାଇଛି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଦ୍ୱିତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ଦେଶର ୩ ଜଣ ମୁଖ୍ୟମନ୍ତ୍ରୀ । ଓଡିଶାର ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ମହାରଷ୍ଟ୍ର ମୁଖୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଡିସ । ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତୀ ବୀାନୀର୍ଜୀ ପୂର୍ବରୁ ଯଦିଓ ଲଗାତାର ଭାବରେ ଏକ ନମ୍ବର ସ୍ଥାନରେ ରହି ଆସୁଥିଲେ ତାଙ୍କ ସ୍ଥାନ ଏଥର ୫କୁ ଖସି ଆସିଛି । ମମତା ଆଉ ତାଙ୍କ ରାଜ୍ୟର ଲୋକଙ୍କ ଦ୍ୱାରା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ରହି ନାହାଁନ୍ତି ।
ଏହି ମୁଖୟମନ୍ତ୍ରୀ ମାନଙି୍କୁ ନେଇ ଦେଶରେ ଜନମତ ସଂଗ୍ରହ କରା ଯାଇଥିଲା । ଏଥିରେ ଯୋଗୀ ଆଦିତ୍ୟ ନାଥଙ୍କୁ ୨୦ ପ୍ରତିଶତ ଲୋକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚନା କରିଥିଲା ବେଳେ ନିତିଶ କୁମାରଙ୍କୁ ୧୦ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୮ପ୍ରଚତିଶତ ଲୋକଙ୍କ ସମର୍ଥନ ମିଳିଛି । ସେହିପରି କେଜରିଓ୍ବାଲ ଓ ଫର୍ଣ୍ଣାଡିସଙ୍କୁ ମଧ୍ୟ ୮ ପ୍ରତିଶତ ସମର୍ଥନ ମିଳିଛି । ନିକଟରେ ଶେଷ ହୋଇଥିବା ଆନ୍ଧ୍ରପ୍ରଦେଶ ନିର୍ବାଚନରେ ଓ୍ବାଇ ଏସଆର କଂଗ୍ରେସର ମୁଖ୍ୟ ଜଗନମୋହନ ରେଡ୍ଡୀ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଛନ୍ତି । ସ୍ୱଳ୍ପ ସମୟ ଭିତରେ ସେ ତାଙ୍କ ଲୋକପ୍ରିୟତାର ପ୍ରମାଣ ଦେଇ ଚତୁର୍ଥ ସ୍ଥାନକୁ ଆସିଛନ୍ତି । ତାଙ୍କୁ ଦେଶର ଶତ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୬ ପ୍ରତିଶତ ଲୋକ ଲୋକପ୍ରିୟ ବୋଲି ମତ ଦେଇଛନ୍ତି ।

Comments are closed.