ବେକାରୀ ସମସ୍ୟାକୁ ନେଇ ଫରୁଓ୍ବାର୍ଡ ବ୍ଲକର ଉଦବେଗ
ଭୁବନେଶ୍ୱର: ସବୁ ରାଜ୍ୟ ତୁଳନାରେ ଓଡିଶାରେ ସବୁଠାରୁ ଅଧିକ ବେକାରୀ ସମସ୍ୟା ଦେଖିବାକୁ ମିଳେ । ତେବେ ବେକାରୀ ସମସ୍ୟା ଏତେ ମାତ୍ରାରେ ବୃଦ୍ଧି ପାଉଥିବା ବେଳେ ସରକାର ପକ୍ଷରୁ ସେପରି କିଛି ଦୃଢ ପଦକ୍ଷେପ ନିଆଯାଉନାହିଁ । ଫଳରେ ଏହି ସମସ୍ୟା ଜୋରସୋରରେ ବୃଦ୍ଧି ପାଉଛି ।
ତେବେ ଏପରି ପରିସ୍ଥିତିକୁ ରୋକିବା ଲାଗି ଆଗକୁ ଆସିଛି ଯୁବ ଛାତ୍ର କର୍ମଶାଳା । ଭୁବନେଶ୍ୱରରେ ଅଗଷ୍ଟ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା ।