OnaKhabar

କଟକ ଏସସିବିରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

495

କଟକ: ରାଜ୍ୟରେ କିଛି ଜିଲ୍ଲାରେ ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଥିବା ବେଳେ ଆଜି କଟକ ଏସସିବି ମେଡ଼ିକାଲରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି । ସେ ଜୁଲାଇ ୨୯ରୁ ଚିକିତ୍ସିତ ହେଉଥିଲେ । ତେବେ ମୃତ ମହିଳା ଜଣଙ୍କ ହେଉଛନ୍ତି ପ୍ରଥମ ଡେଙ୍ଗୁ ରୋଗୀ ଯିଏ କି ପ୍ରଥମ ଡେଙ୍ଗୁ ରୋଗୀ | କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଜଣେ ମହିଳା ଡେଙ୍ଗୁ ରୋଗରେ ପୀଡ଼ିତ ଥିଲେ । ସେ ଜୁଲାଇ ୨୯ ତାରିଖରେ କଟକ ଏସସିବି ମେଡ଼ିକାଲରେ ଆଡ଼ମିଟ ହୋଇଥିଲେ । ପରେ ତାଙ୍କର ବିଭିନ୍ନ ପରୀକ୍ଷା ପରେ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇନଥିଲା । ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତକ ମହିଳା ଜଣଙ୍କ ହେଉଛନ୍ତି ୬୦ ବର୍ଷୀୟା ଦେବକୀ ବେହେରା |

ପୋଲରୁ ଖସି ବୃଦ୍ଧା ମୃତ