OnaKhabar

ସମବାୟବିତ ନର୍ମଦା ଦେବୀଙ୍କର ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସତସଙ୍ଗ

475

ଭୁବନେଶ୍ୱର: ବିଶିଷ୍ଟ ସମବାୟବିତ ତଥା ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶିକା ସ୍ୱର୍ଗତ ନର୍ମଦା ମହାନ୍ତିଙ୍କର ଶ୍ରାଦ୍ଧ ବାର୍ଷିକ ଦ୍ୱିତୟ ବର୍ଷିକ ଉପଲେକ୍ଷ ଏକ ବିରାଟ ସତସଙ୍ଗ ଏବଂ ସ୍ଥାନୀୟ ୟୁନିଟ -୧ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବିଶିଷ୍ଟ ବ୍ୟାକ୍ତି ଯୋଗଦେଇ ଥିଲେ ।
ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତିନ ଜିନ ପ୍ରଫେସର ହୃଶିକେଶ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସତସଙ୍ଗରେ ଓଡିଶା ଭବନ ଆବାସିକା କାର୍ଯ୍ୟଳୟର ସ୍ୱତନ୍ତ୍ର ଅଧିକାର ଋତ୍ୱକି, ତାପସ ସାହୁ ଉପସ୍ଥିତ ରହିଥିଲେ । ଏହି ସତସଙ୍ଗରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ଉମାକାନ୍ତ ସାମନ୍ତରାୟ, ଧୃବ ସାହୁ, ଆନ୍ତର୍ଜାତୀୟ ମତ୍ସ୍ୟ ନିଗମର ଉପସଭାପତି ପ୍ରସାଦ ଦୋରା ଏବଂ ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ, ପ୍ରମୁଖ ଯୋଗ ଦେଇଥିଲେ ।