OnaKhabar

ପୋଲରୁ ଖସି ବୃଦ୍ଧା ମୃତ

110

ତେଲକୋଇ: ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣା ଘଟିଥିବାର ସୂଚନା ମିଳିଛି | ଜଣେ ବୃଦ୍ଧା ନଦୀ ପୋଲ ତଳେ ଖସିପଡିଛନ୍ତି | ଏପରି ଅଭାବନୀୟ ଘଟଣା ତେଲକୋଇ ବଜାର ପାଖରେ ଥିବା ସମାକୋଈ ନଦୀ ପୋଲ ନିକଟରେ ଘଟିଛି | ଘଟଣା ସ୍ଥଳରେ ତେଲକୋଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ବୃଦ୍ଧାଙ୍କର କୌଣସି ଖୋଜ ଖବର ମିଳି ପାରି ନାହିଁ । କେବଳ ବୃଦ୍ଧା ଘୋଡାଇ ହୋଇଥିବା ଏକ ଚାଦର ଉଦ୍ଧାର କାର୍ଯ୍ୟ ବେଳେ ମିଳିଛି । ବୃଦ୍ଧା ଜଣକ ତେଲକୋଇ ବଜାର ଆସି ଚାଲି ଚାଲି ଫେରୁଥିବା ବେଳେ ଏପରି ଅଘଟଣ ଘଟଥିବା ଅନୁମାନ କରାଯାଉଛି । ବୃଦ୍ଧାଙ୍କ ପ୍ରକୃତ ପରିଚୟ ମିଳି ପାରି ନ ଥିବା ବେଳେ ସେ ପୋଲ ନିକଟସ୍ଥ ମଧୁସୂଦନପୁର ଜୁଆଙ୍ଗ ସାହିର ବୋଲି ଅନୁମାନ କରାଯାଉଛି । ବୃଦ୍ଧା ପୋଲରୁ ଖସି ପଡିବା ବେଳେ ଜଣେ ଯୁବକ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଟ୍ରିପଲ ତଲାକ: ଇଦ ଖର୍ଚ୍ଚ ମାଗିବାରୁ ପତ୍ନୀଙ୍କୁ ଦେଲେ ତଲାକ

 

Comments are closed.