OnaKhabar

କଳାହାଣ୍ଡିରେ ବନ୍ୟା, ଜନଜୀବନ ଅସ୍ତବ୍ୟସ୍ତ

144

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଲାଗି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ବର୍ଷା ପାଣି ଘେରରେ ରହିଛି । କେସିଙ୍ଗା ବେଲଖଣ୍ଡି ଶିବ ମନ୍ଦିରରେ ଏକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପାଣି ହଠାତ ମାଡିଆସିବାରୁ ୨୦ରୁ ଅଧିକ ଲୋକେ ପାଣିଘେରରେ ରହିଛନ୍ତି । ସେହିପରି ମଦନପୁର ରାମପୁର ବ୍ଲକ ମୋହନଗିରିର କାଳି ଗଙ୍ଗା ନାଳରେ ଜଳସ୍ତର ବୃଦ୍ଧି ପାଇଛି । ସୋମବାର ରାତିରେ ଏହି ନାଳରେ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଭାସିଯାଇଥିଲା । କିନ୍ତୁ ଚାଳକ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦେଉଳସୁଳିଆ, ସରବେଡା ଆଦି ଗାଁ ପାଣି ଘେରରେ ରହିଛି । ରେତ ନଦୀର ବନ୍ୟା ପାଣିରେ ଲାଞ୍ଜିଗଡ଼ ବ୍ଲକର କାନ କୁଟରୁ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇପଡ଼ିଛି ।
ସେହିପରି ଧର୍ମଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି । ଫଳରେ ଜିଲ୍ଲାର ପ୍ରମୁଖ ହାତୀ ନଦୀ ଫୁଲିବା ସହ ବନ୍ୟା ପାଣି ମାଡ଼ି ଆସିଛି । ଫଳରେ ଚାଷ ବାସ ଉଜୁଡିଯିବାର ସମ୍ଭାବନା ଉପୁଜିଛି ।

ଟ୍ରିପଲ ତଲାକ: ଇଦ ଖର୍ଚ୍ଚ ମାଗିବାରୁ ପତ୍ନୀଙ୍କୁ ଦେଲେ ତଲାକ