OnaKhabar

୭ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି

785

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଲାଗି ସାରା ରାଜ୍ୟରେ ଗଲା ଦୁଇ ଦିନ ହେବ ବର୍ଷା ଲାଗି ରହିଥିବାର ଦେଖିବାକୁ ମିଳିଛି । ଫଳରେ ରାଜ୍ୟର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି । ତେବେ ସାରା ରାଜ୍ୟବାସୀ ବର୍ଷା ଓ ବନ୍ୟାରେ ହନ୍ତସନ୍ତ ହେଉଥିବା ବେଳେ ଏହି ବର୍ଷା ଆହୁରି ଦୁଇ ଦିନ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଲିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିସହ ଆଜି ୭ଟି ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୋନପୁର, ନୂଆପଡା ଓ ଝାରସୁଗୁଡା ।
ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ ବୋଲି ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କଳାହାଣ୍ଡିରେ ବନ୍ୟା, ଜନଜୀବନ ଅସ୍ତବ୍ୟସ୍ତ