OnaKhabar

ଗଞ୍ଜାମ: ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

434

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଟପୁର ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି । ଆତ୍ମହତ୍ୟା ଉଦ୍ୟାମ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ଶିବ ପାତ୍ର । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଶିବ ପାତ୍ର କୌଣସି ଏକ ମାମଲାରେ ପାଟପୁର ଥାନା ପୁଲିସ ଗିରଫ କରିଥିଲା । ଆଜି ଶିବ ଶୌଚ ହେବାକୁ କହି ଥାନା ପାଇଖାନାକୁ ଯାଇଥିଲା । ଏହା ପରେ ସେ ଆଉ ଫେରି ନ ଥିଲା । ବିଳମ୍ବ ହେବାରୁ ପୋଲିସ କର୍ମଚାରୀ କବାଟ ଭାଙ୍ଗି ଦେଖିବା ବେଳକୁ ଶିବ ଆତ୍ମହତ୍ୟା ଉଦ୍ୟମ କରିଛି । ବେକରେ କପଡ଼ା ଗୁଡ଼ାଇ ଏକ କାଠରେ ଝୁଲି ପଡ଼ିଥିଲା । ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

କଟକ ଏସସିବିରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ