OnaKhabar

ଏ-ଗ୍ରେଡ ପାଇବାର ସ୍ୱପ୍ନ ଭସାଇ ନେଲା ନିତୁଙ୍କୁ…

4,774

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ ପାଇବାକୁ ସାଇବାବାଙ୍କ ପାଖ ମାନସିକ କରିଥିଲେ । ନଈ ପଠାରୁ ଜଳ ବୋହି ଠାକୁରଙ୍କ ପାଖେ ଜଳ ଲାଗି କରିଥାନ୍ତେ । ହେଲେ ବିଧିର ବିଧାନ ଥିଲା ଅଲଗା । କଳସୀରେ ପାଣି ଉଠାଇବା ବେଳେ ସୁଅ ଟାଣିନେଲା ନଦୀ ଗର୍ଭକୁ । ୨୦୦ ମିଟର ଯାଏଁ ନଈର ବଢିଲା ସୁଅରେ ଭାସିଗଲେ । ଆଉ ଫେରିଲେନି ।
ଶ୍ରାବଳ ମାସର ଶେଷ ସୋମବାର ଜଳଲାଗି ପର୍ବ ଅବସରରେ କୁଆଖାଇ ନଈର କେଶୁରା ବାଲିଘାଟ ନିକଟରେ ଏମିତି ଅଘଟଣ ଘଟିଛି । ଜଳାଭିଷେକ ପାଇଁ ପାଣି ଉଠାଉଥିବା ଝାରପଡା ଅଞ୍ଚଳର ବିନ୍ଦୁଶ୍ରୀ ସାହୁ, ନଈଗର୍ଭରେ ଜଳସମାଧୀ ନେଇଛନ୍ତି । ନିତୁଙ୍କୁ ଉଦ୍ଧାର କରିବାକୁ ଯାଇ ସହେଯାଗୀ ଦିଲ୍ଲୀପ କୁମାରଙ୍କୁ ମୂର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଅଛି ।
ସୂଚନାନୁଯାୟୀ, ଜଣଜଣ କରି ସମସ୍ତେ ପାଣି ଉଠାୁଥିବା ବେଳେ ନିତୁ ମଧ୍ୟ ଉଠାୁଥିଲା । ହେଲେ ହଠାତ ତାର ଗୋଡ ଖସିଯିବାରୁ ସେ ପାଣିରେ ଭାସି ଯାଇଥିଲା । ତେବେ ସେ ବୁଡି ଯାଉଥିବାର ଦେଖି ସାଥୀ କାଉଡିଆମାନେ ଚିକ୍ରାର କରିଥିଲେ । ଗାଇଡ ଭାବେ ଯାଇଥିବା ଦିଲ୍ଲୀପ କାଳବିଳମ୍ବ ନ କରି ତାକୁ ବଞ୍ଚାଇବାକୁ ଉଦୟମ କରିଥିଲେ । ହେଲେ ନିତୁ ପାଣି ସୁଅରେ ଦ୍ରୁତ ଗତିରେ ପାଣି ଭିତକୁ ପଳାଇସାରିଥିଲା । ଏହି ଘଟଣା ଘଟିବାର କିଛି ସମୟ ମଧ୍ୟରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚି ନିତୁ ଓ ଦିଲ୍ୀପକୁ ଉଦ୍ଧାର କରିଥିଲେ । ମାତ୍ର ନିତୁ ଉଦ୍ଧାର ହେବା ବେଳକୁ ମୃତ ହୋଇସାରିଥିବା ବେଳେ ଦିଲ୍ଲୀପ ଗୁରୁତର ଅଛନ୍ତି ।

ଅନ୍ଧବିଶ୍ୱାସ: ଝଡାଫୁଙ୍କା ସହ କାମୁଡିକି ରୋଗ ଭଲ କରୁଛି ଗୁଣିଆ

Comments are closed.