OnaKhabar

ସୁଧୁରିନି କେରଳରେ ବନ୍ୟା ପରିସ୍ଥିତି,ଫସି ରହିଛନ୍ତି ଦୁଇଶହରୁ ଉର୍ଦ୍ଧ୍ୱ ଓଡିଆ

1,826

ଭୁବନେଶ୍ୱର: ଏବେ ଯାଏଁ ବନ୍ୟାର ତାଣ୍ଡବରୁ ବର୍ତ୍ତି ପାରିନି କେରଳ । କେରଳରେ ବନ୍ୟାର ବିଭିଷୀକାରେ ୪୦ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ବର୍ତ୍ତମାନ ଦୁଇ ଶହରୁ ଅଧିକ ଓଡ଼ିଆ ଶ୍ରମିକ ସେଠାରେ ଫସିରହିଥିବା ସୂଚନା ମିଳିଛି । ଏହି ଶ୍ରମିକମାନଙ୍କ ଘର ଗଞ୍ଜାମ ସାନଖେମୁଣ୍ଡିର ପାଟପୁର, ରାଧାଦେଇପୁର, ଏସ୍.ଗୋପାଳପୁର ଓ ଖଲିଙ୍ଗି ଆଦି ଅଞ୍ଚଳରେ । ଏହି ଶ୍ରମିକମାନେ କେରଳର ବିଭିନ୍ନ କମ୍ପାନୀରେ କାମ କରୁଥିଲେ । ସେମାନେ କେରଳର ଆନାକୁଲମ, ଆଲୁଆ, ଅଙ୍ଗଗାଲି ଅଞ୍ଚଳରେ ରହୁଥିଲେ । ବନ୍ୟା ଯୋଗୁଁ ଏବେ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ କରୁଛନ୍ତି । କାମ ତ ମିଳୁନି, ତାସହ ଯାହା ସଞ୍ଚୟ କରିଥିଲେ ତାହା ବି ସରିଗଲାଣି । ଚଢା ଦର ସହ ରାସନ ସାମଗ୍ରୀ ମିଳୁନଥିବାରୁ ଭୋକ ଉପବାସରେ ରହୁଥିବାର ସୂଚନା ମିଳିଛି । କେରଳ ସମେତ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର ରହିଛି ।

କାନ୍ଥ ଭୁଷୁଡି ଶାଶୂ ମୃତ, ବୋହୂ ଗୁରୁତର

Comments are closed.