OnaKhabar

ରାଜ୍ୟରେ ତିନିଦିନ ଯାଏଁ ପ୍ରବଳ ବର୍ଷିବ, ସର୍ତକ କଲା ପାଣିପାଗ ବିଭାଗ

161

ଭୁବନେଶ୍ୱର: ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇ ସାରିଛି । ଆହୁରି ୩ଦିନ ଯାଏଁ ବର୍ଷା ଜାରି ରହିବା ସମ୍ଭାବନା ରହିଛି । ମୟୂରଭଞ୍ଜ , ସୋନପୁର, କେନ୍ଦୁଝର ,ବଲାଙ୍ଗୀର ,ବରଗଡ଼ ,କଳାହାଣ୍ଡି , କନ୍ଧମାଳ ,ରାୟଗଡ଼ା, ନୟାଗଡ଼, ପୁରୀ ,ଭଦ୍ରକ ,କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ତିନିଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଏନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି ।
ରାଜ୍ୟରେ ସ୍ୱାଭାବିକ ଠାରୁ ବହୁତ କମ ପ୍ରତିଶତ ବର୍ଷା ହୋଇଥିବା ବେଳେ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏହା ସାମାନ୍ୟ ପୂରଣ ହୋଇଥିଲା । ପୁଣି ଆଜି ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ରାଜ୍ୟରେ ବର୍ଷା ଜାରି ରହିଛି । ଏହା ନିଅଣ୍ଟିଆ ବର୍ଷାକୁ ପୂରଣ କରିପାରିବ ବୋଲି ଆଶଙ୍କା କରାଯାଉଛି ।

ରାଜଗାଙ୍ଗପୁର: ପୁଣି ମାତିଲେ ହାତୀ, ନଷ୍ଟ କଲେ ଫସଲ