OnaKhabar

ଶ୍ରୀନଗରରେ ପୁଣି ଦେଖାଦେଲା ଅଶାନ୍ତି, ଲୋକଙ୍କୁ ଘରୁ ନ ବାହାରିବାକୁ କଲେ ତାଗିଦ

1,221

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରରେ ଯେଉଁ ଅଚଳାବସ୍ଥା ଜାରି ରହିଥିଲା ସେଥିରେ ଗୁରୁବାର ଠାରୁ କିଛି ଅଂଶରେ ସୁଧାର ଆସିଥିଲା । ଶ୍ରୀନଗର ଅନନ୍ତନାଗ ଏବଂ ବଡ଼ଗାମ ସମତେ କାଶ୍ମୀରରେ ଅନ୍ୟ କେତେକ ଅଂଶରୁ ଶନିବାର କଟକଣା ହଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ୫ଟି ଜିଲ୍ଲାରେ ସ୍କୁଲ, କଲେଜ ଓ ଦୋକାନ, ବଜାର ଖୋଲି ସ୍ଥିତି ସ୍ୱାଭାବିକ ହୋଇଥିଲା ।
ସୂଚନାନୁଯାୟୀ, ଏବେ ପୁଣିଥରେ ଶ୍ରୀନଗରରେ ଲାଉଡସ୍ପିକର ମାଧ୍ୟମରେ ଲୋକମାନଙ୍କୁ ଘରକୁ ଫେରିଯିବା ପାଇଁ ଅନୁରୋଧ କରାଯାଉଛି । ସମସ୍ତ ଦୋକାନ ବଜାର ଗୁଡ଼ିକ ମଧ୍ୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀନଗରରେ କିଛି ଅଚଂଳରେ ହିଂସା ଏବଂ ସଂଘର୍ଷ ହେବାକୁ ପୁଣିଥରେ ଧାରା ୧୪୪ ଧାରା ଜାରି ହୋଇଛି ।

* ଲୋକମାନଙ୍କୁ ଘରକୁ ଫେରିବାକୁ ଅନୁରୋଧ
* ଦୋକାନ ବଜାର ବନ୍ଦ
* ସରକାର କହୁଛନ୍ତି ସ୍ଥିତି ସ୍ୱାଭାବିକ

ଅନ୍ୟପକ୍ଷେ ସରକାରଙ୍କ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଉଛି ଯେ ଜାମ୍ମୁ-କାଶ୍ମୀରରେ କୌଣସି ଅଣାୟତ ସ୍ଥିତି ଉପୁଜି ନାହିଁ । ଲୋକମାନଙ୍କୁ କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନକରିବା ପାଇଁ ସରକାର ଅନୁରୋଧ କରୁଛନ୍ତି । ସେହିପରି ଜାମ୍ମୁ-କାଶ୍ମୀରରେ ପୁଲିସ ଡିଜି ଦୁଲବାଗ ସିଂହ କହିଛନ୍ତି, ଜାମ୍ମୁ-କାଶ୍ମୀରରେ ସ୍ଥିତ ଶାନ୍ତିପୁର୍ଣ୍ଣ ରହିଛି ଏବଂ କୌଣସି ବି ସ୍ଥାନରେ ହିଂସା ହୋଇନାହିଁ ।
କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ଦିଲ୍ଲୀରେ ସାମ୍ମାଦିକମାନଙ୍କୁ କହିଥିଲେ ଯେ ନୂଆ କେନ୍ଦ୍ରଶାସିତ ଅଚଂଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଜାମ୍ମୁ-କାଶ୍ମୀରରେ ହିଂସା ଓ ଆନ୍ଦୋଳନ ବଢ଼ୁଛି ବୋଲି ରାହୁଲ ଦାବୀ କରିବାର ମାତ୍ର କିଛି ସମୟ ପରେ ଜାମ୍ମୁ-କାଶ୍ମୀରରେ ପୁଲିସ ଡିଜି ଜାମ୍ମୁ-କାଶ୍ମୀରର ସ୍ଥିତି ଶାନ୍ତିପୁର୍ଣ୍ଣ ଥିବା କହିଛନ୍ତି । ଶ୍ରୀନଗରରେ ବିଭିନ୍ନ ଅଚଂଳରୁ କଟକଣା ହଟାଯାଇଛି ବୋଲି ସରକାରୀ କତୃପକ୍ଷ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଶ୍ରୀନଗରରେ ଗତ ଶୁକ୍ରବାର ସନ୍ଧ୍ୟାରେ ପ୍ରାୟ ୧୦,୦୦୦ ଲୋକ ହିଂସାରେ ସାମଲ ଥିବା ନେଇ ରଏଟର୍ସରେ ଖବର ପ୍ରକାଶ ପାଇବା ପରେ ସରକାର ଏହାକୁ ଖଣ୍ଡନ କରିଥିଲେ । ଏହା ସମ୍ପୂର୍ଣ୍ଣ ମନଗଢ଼ା ବୋଲି ଗୃହ ମନ୍ତ୍ରାଳୟ କହିଥିଲା । ଶ୍ରୀନଗରରେ ମାତ୍ର ଅଳ୍ପ କିଛି ସ୍ଥାନରେ ସଂଘର୍ଷ ହୋଇଥିଲା ଏବଂ ଏଥିରେ ୨୦ରୁ ଅଧିକ ଲୋକ ସାମିଲ ନଥିବା ସରକାରଙ୍କ ପକ୍ଷରୁ କୁହାଯାଉଥିଲା ।